Biblia Todo Logo
Bib sou entènèt

- Piblisite -




ଗୀତସଂହିତା 78:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ-କର୍ମସକଳ ବର୍ଣ୍ଣନା କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣ-ଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପୁରୁଷ ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସକଳ ବର୍ଣ୍ଣନା କରିବା।

Gade chapit la Kopi

ଓଡିଆ ବାଇବେଲ

4 ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସକଳ ବର୍ଣ୍ଣନା କରିବା।

Gade chapit la Kopi

ପବିତ୍ର ବାଇବଲ

4 ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ। ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍, ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ, ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।

Gade chapit la Kopi




ଗୀତସଂହିତା 78:4
17 Referans Kwoze  

ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ।


ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।


କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଜୀବନ ସାରା ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ରପୌତ୍ରମାନଙ୍କୁ ତାହା ଶିଖାଅ।


ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।


ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି। ସିୟୋନ କନ୍ୟାର ନଗର-ଦ୍ୱାରରେ ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି।


ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି।


ଜ୍ଞାନୀମାନେ ଆପଣା ଆପଣା ପିତୃଲୋକଙ୍କଠାରୁ ତାହା ପାଇ କହିଅଛନ୍ତି ଓ ଗୁପ୍ତ କରି ନାହାନ୍ତି;


ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯଦି ପଚାରିବ, ‘ଏହା କଅଣ?’ ତେବେ ତୁମ୍ଭେ କହିବ, ‘ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁ ବଳ ଦ୍ୱାରା ଦାସଗୃହ ସ୍ୱରୂପ ମିସରଠାରୁ ବାହାର କଲେ,


ପୁଣି, ସେହି ଦିନ ତୁମ୍ଭେ ଆପଣା ପୁତ୍ରକୁ କହିବ, ‘ମିସରଠାରୁ ଆମ୍ଭେ ବାହାର ହେବା ବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁର ସ୍ମରଣ ନିମନ୍ତେ ଏହା ହୁଏ।’


ପୁଣି, ତୁମ୍ଭମାନଙ୍କ ‘ଏହି ସେବାର ଅଭିପ୍ରାୟ କଅଣ?’


ଯେପରି ଆଜି ମୁଁ କରୁଅଛି, ସେହିପରି ଜୀବିତ ଲୋକ, କେବଳ ଜୀବିତ ଲୋକ ତୁମ୍ଭର ପ୍ରଶଂସା କରିବ; ପିତା ସନ୍ତାନଗଣକୁ ତୁମ୍ଭର ସତ୍ୟତା ଜ୍ଞାତ କରାଇବ।


Swiv nou:

Piblisite


Piblisite