Biblia Todo Logo
Bib sou entènèt

- Piblisite -




ଗୀତସଂହିତା 41:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯେଉଁ ଜନ ଦୀନହୀନ ନିମନ୍ତେ ଚିନ୍ତା କରଇ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ।

Gade chapit la Kopi

ଓଡିଆ ବାଇବେଲ

1 ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ।

Gade chapit la Kopi

ପବିତ୍ର ବାଇବଲ

1 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।

Gade chapit la Kopi




ଗୀତସଂହିତା 41:1
27 Referans Kwoze  

ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।


ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛବୋଧ କରେ, ସେ ପାପ କରେ; ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।


ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି।


କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।


କାରଣ ଈଶ୍ବର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ବର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି।


ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ; ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ।


ସେ ବିତରଣ କରିଅଛି, ସେ ଦୀନହୀନମାନଙ୍କୁ ଦାନ କରିଅଛି; ତାହାର ଧର୍ମ ସଦାକାଳସ୍ଥାୟୀ; ସମ୍ଭ୍ରମରେ ତାହାର ଶୃଙ୍ଗ ଉନ୍ନତ ହେବ।


କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।


ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ; ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।


ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ।


ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି।


ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ।


ରାଜାର କ୍ରୋଧ ମୃତ୍ୟୁର ଦୂତ ପରି; ମାତ୍ର ଜ୍ଞାନୀ ଲୋକ ତାହା ଶାନ୍ତ କରେ।


ଧାର୍ମିକର ବିପଦ ଅନେକ; ମାତ୍ର ସେହିସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି।


ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, ଏହିସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି।


ତହୁଁ ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ବଳକା ଶସ୍ୟ ସଂଗ୍ରହ କଲ? ଓ କେଉଁଠାରେ କର୍ମ କଲ? ଯେ ତୁମ୍ଭର ପରିଚୟ ନେଲା, ସେ ଧନ୍ୟ ହେଉ।” ତେଣୁ ସେ ଯାହା ପାଖରେ କର୍ମ କରିଥିଲା, ତାହା ଶାଶୁକୁ ଜଣାଇ କହିଲା, “ଯାହା ପାଖରେ ଆଜି କର୍ମ କଲି, ତାହାର ନାମ ବୋୟଜ।”


ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ।


Swiv nou:

Piblisite


Piblisite