Biblia Todo Logo
Bib sou entènèt

- Piblisite -




ଗୀତସଂହିତା 10:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗିଦିଅ; ଆଉ, ତୁମ୍ଭେ ମନ୍ଦ ଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗି ଦିଅ; ଆଉ, ତୁମ୍ଭେ ମନ୍ଦଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।

Gade chapit la Kopi

ଓଡିଆ ବାଇବେଲ

15 ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗି ଦିଅ; ଆଉ, ତୁମ୍ଭେ ମନ୍ଦଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।

Gade chapit la Kopi

ପବିତ୍ର ବାଇବଲ

15 ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର। ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ।

Gade chapit la Kopi




ଗୀତସଂହିତା 10:15
10 Referans Kwoze  

ପୁଣି, ସେହି ସମୟରେ ଆମ୍ଭେ ପ୍ରଦୀପ ଜ୍ୱଳାଇ ଯିରୂଶାଲମର ଅନ୍ଵେଷଣ କରିବା; ଆଉ, ଯେଉଁମାନେ ଆପଣା ଆପଣା ମଳ ଉପରେ ସୁସ୍ଥିର ହୋଇ ବସିଅଛନ୍ତି ଓ ମନେ ମନେ କହନ୍ତି, ସଦାପ୍ରଭୁ ମଙ୍ଗଳ କରିବେ ନାହିଁ କିଅବା ଅମଙ୍ଗଳ କରିବେ ନାହିଁ, ସେମାନଙ୍କୁ ଆମ୍ଭେ ଦଣ୍ଡ ଦେବା।


କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ ଧାର୍ମିକକୁ ଧରି ରଖିବେ।


ଦୁଷ୍ଟମାନଙ୍କଠାରୁ ସେମାନଙ୍କ ଦୀପ୍ତି ନିବାରିତ ହୁଏ ଓ ଉଚ୍ଚ ବାହୁ ଭଗ୍ନ ହୁଏ।


ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି।


ଯେଉଁ ଅକର୍ମଣ୍ୟ ପାଳକ ପଲ ତ୍ୟାଗ କରେ, ସେ ସନ୍ତାପର ପାତ୍ର! ତାହାର ବାହୁରେ ଓ ଡାହାଣ ଚକ୍ଷୁରେ ଖଡ୍ଗ ପଡ଼ିବ; ତାହାର ବାହୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ଓ ତାହାର ଡାହାଣ ଚକ୍ଷୁ ସମ୍ପୂର୍ଣ୍ଣ ଅନ୍ଧ ହେବ।”


ଆହୁରି, ତୁମ୍ଭ ବସ୍ତ୍ରର ଅଞ୍ଚଳରେ ନିର୍ଦ୍ଦୋଷ ଦୀନହୀନମାନଙ୍କ ପ୍ରାଣର ରକ୍ତ ଦେଖାଯାଏ; ତାହା ସିନ୍ଧି କାଟିବା ସ୍ଥାନରେ ନୁହେଁ, ମାତ୍ର ଏହିସବୁର ଉପରେ ଆମ୍ଭେ ଦେଖିଅଛୁ।


ଏହିରୂପେ ଆମ୍ଭେ ଦେଶରୁ ଲମ୍ପଟାଚରଣ ନିବୃତ୍ତ କରାଇବା, ତହିଁରେ ସମୁଦାୟ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ପଟପଣ ଅନୁସାରେ ଆଚରଣ ନ କରିବା ପାଇଁ ଶିକ୍ଷା ପାଇବେ।


ହେ ସଦାପ୍ରଭୋ, ଉଠ; ହେ ମୋହର ପରମେଶ୍ୱର, ମୋତେ ପରିତ୍ରାଣ କର। କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ; ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ।


Swiv nou:

Piblisite


Piblisite