Biblia Todo Logo
Bib sou entènèt

- Piblisite -




ଫିଲିପୀୟ 1:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ

Gade chapit la Kopi

ଓଡିଆ ବାଇବେଲ

4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4-5 ଓ ପ୍ରତ୍ୟେକ ଥର ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ସମୟରେ, ଆରମ୍ଭରୁ ଆଜିଯାଏ ସୁସମାଚାର କାର୍ଯ୍ୟରେ ତୁମ୍ଭେମାନେ ମୋତେ କିପରି ସାହାଯ୍ୟ କରିଛ, ସ୍ମରଣ କରି ମୁଁ ଆନନ୍ଦ ମନରେ ପ୍ରାର୍ଥନା କରେ।

Gade chapit la Kopi




ଫିଲିପୀୟ 1:4
14 Referans Kwoze  

ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି,


ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।


କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,


ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର,


କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।


କାରଣ ଯଦ୍ୟପି ମୁଁ ଶରୀରରେ ଅନୁପସ୍ଥିତ, ତଥାପି ମୁଁ ମୋହର ଆତ୍ମାରେ ତୁମ୍ଭମାନଙ୍କ ସହିତ ଥାଇ ତୁମ୍ଭମାନଙ୍କର ସୁଗଠନ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଦୃଢ଼ତା ଦେଖି ଆନନ୍ଦ କରୁଅଛି।


ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ।


କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;


ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”


ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।”


ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା।


Swiv nou:

Piblisite


Piblisite