Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 35:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଇସ୍ରାଏଲ ସନ୍ତାନମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ନିମନ୍ତେ ସେହି ଛଅ ନଗର ଆଶ୍ରୟ ସ୍ଥାନ ହେବ; ତହିଁରେ ଯେଉଁ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଳାଇ ଯାଇପାରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଇସ୍ରାଏଲ-ସନ୍ତାନମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ନିମନ୍ତେ ସେହି ଛଅ ନଗର ଆଶ୍ରୟସ୍ଥାନ ହେବ; ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଳାଇ ଯାଇ ପାରେ।

Gade chapit la Kopi

ଓଡିଆ ବାଇବେଲ

15 ଇସ୍ରାଏଲ ସନ୍ତାନମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ନିମନ୍ତେ ସେହି ଛଅ ନଗର ଆଶ୍ରୟ ସ୍ଥାନ ହେବ; ତହିଁରେ ଯେଉଁ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଳାଇ ଯାଇ ପାରେ।

Gade chapit la Kopi

ପବିତ୍ର ବାଇବଲ

15 ଇସ୍ରାଏଲର ଲୋକମାନଙ୍କ ନିମନ୍ତେ, ବିଦେଶରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାୟୀବାସିନ୍ଦାମାନଙ୍କ ନିମନ୍ତେ ସେହି ଛଅ ନଗର ଆଶ୍ରୟସ୍ଥାନ ହେବ; ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଲାଇ ଯାଇପାରିବ।

Gade chapit la Kopi




ଗଣନା ପୁସ୍ତକ 35:15
8 Referans Kwoze  

ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ।”


ଯିହୁଦୀ କି ଗ୍ରୀକ୍‍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ।


କିମ୍ବା ଈଶ୍ବର କି କେବଳ ଯିହୁଦୀମାନଙ୍କର ଈଶ୍ବର? ସେ କି ଅଣଯିହୁଦୀମାନଙ୍କର ମଧ୍ୟ ଈଶ୍ବର ନୁହଁନ୍ତି? ହଁ, ଅଣଯିହୁଦୀମାନଙ୍କର ମଧ୍ୟ।


ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ-ପ୍ରକାର ବ୍ୟବସ୍ଥା ହେବ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”


ଆଉ ଦେଶଜାତ ଲୋକ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକ ପ୍ରତି ଗୋଟିଏ ବିଧି ହେବ।”


“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ଭୁଲବଶତଃ ପାପ କରେ;


ଆପଣାମାନଙ୍କର ଆଶ୍ରୟ ନଗର ହେବା ନିମନ୍ତେ କେତେଗୁଡ଼ିଏ ନଗର ନିରୂପଣ କରିବ, ତହିଁରେ ଯେଉଁ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ଏପରି ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।


ଆମ୍ଭେମାନେ ତ ନିତାନ୍ତ ମରିବା, ପୁଣି ଭୂମିରେ ଢଳାଗଲା ଉତ୍ତାରେ ଯାହା ପୁନର୍ବାର ସଂଗୃହୀତ ହୋଇ ନ ପାରେ, ଏପରି ଜଳ ତୁଲ୍ୟ ହେବା; କିନ୍ତୁ ପରମେଶ୍ୱର ଜୀବନ ହରଣ କରନ୍ତି ନାହିଁ; ମାତ୍ର ନିର୍ବାସିତ ଲୋକ ଯେପରି ତାହାଙ୍କଠାରୁ ନିର୍ବାସିତ ନ ହୁଏ, ଏପରି ଉପାୟର ସଂକଳ୍ପ କରନ୍ତି।


Swiv nou:

Piblisite


Piblisite