Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 33:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ-ସନ୍ତାନଗଣ ମିସରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ୱ ହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ରୀୟମାନେ ସଦାପ୍ରଭୁଙ୍କ ଦ୍ଵାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ବେଳେ ଇସ୍ରାଏଲ-ସନ୍ତାନଗଣ ମିସ୍ରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ଵହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ତ ଦେଇଥିଲେ।

Gade chapit la Kopi

ଓଡିଆ ବାଇବେଲ

4 ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ ସନ୍ତାନଗଣ ମିସ୍ରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଉର୍ଦ୍ଧ୍ୱ ହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ।

Gade chapit la Kopi

ପବିତ୍ର ବାଇବଲ

4 ଆଉ ମିଶରୀୟମାନେ ସେହିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ୟୁବରଣ କଲେ, ଯେତେବେଳେ ସଦାପ୍ରଭୁ ସେମାନଙ୍କର ପ୍ରଥମଜାତମାନଙ୍କୁ ହତ୍ୟାକଲେ ଓ ସେମାନଙ୍କର ଦେବଗଣଙ୍କ ବିପକ୍ଷରେ ନ୍ୟାୟ ଆଣିଲେ।

Gade chapit la Kopi




ଗଣନା ପୁସ୍ତକ 33:4
8 Referans Kwoze  

ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ।


ମିସର ବିଷୟକ ଭବିଷ୍ୟତବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।


ସଦାପ୍ରଭୁ ସେମାନଙ୍କ ପ୍ରତି ଭୟଙ୍କର ହେବେ; କାରଣ ସେ ପୃଥିବୀସ୍ଥ ଯାବତୀୟ ଦେବତାକୁ କ୍ଷୀଣ କରିବେ; ପୁଣି, ଲୋକମାନେ ଓ ଗୋଷ୍ଠୀଗଣର ଦ୍ୱୀପସକଳ ଆପଣା ଆପଣା ସ୍ଥାନରୁ ତାହାକୁ ପ୍ରଣାମ କରିବେ।


ସଦାପ୍ରଭୁ ସମସ୍ତ ଦେବଗଣଠାରୁ ଅଧିକ ମହାନ, ଏହା ମୁଁ ଏବେ ଜାଣିଲି। ହଁ, ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ, (ସେହି ବିଷୟରେ ସେ ମହାନ।”)


ଆହୁରି, ସେ ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ, ସେମାନଙ୍କର ସମସ୍ତ ଶକ୍ତିର ପ୍ରଥମ ଫଳ ଆଘାତ କଲେ।


କାରଣ ପ୍ରଥମଜାତ ସମସ୍ତ ଆମ୍ଭର; ଯେଉଁ ଦିନ ଆମ୍ଭେ ମିସର ଦେଶରେ ପ୍ରଥମଜାତ ସକଳକୁ ଆଘାତ କଲୁ, ସେହି ଦିନ ଆମ୍ଭେ ଇସ୍ରାଏଲ ମଧ୍ୟରେ ମନୁଷ୍ୟ ଓ ପଶୁ ସମସ୍ତ ପ୍ରଥମଜାତକୁ ଆପଣା ଉଦ୍ଦେଶ୍ୟରେ ପବିତ୍ର କଲୁ; ସେମାନେ ଆମ୍ଭର; ଆମ୍ଭେ ସଦାପ୍ରଭୁ ଅଟୁ।”


Swiv nou:

Piblisite


Piblisite