Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 27:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମ୍‍‍ର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍‍, ସେ ଓ ତାହା ସହିତ ଇସ୍ରାଏଲ-ସନ୍ତାନଗଣର ସମୁଦାୟ ମଣ୍ଡଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମର ବିଚାର ଦ୍ଵାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍, ସେ ଓ ତାହା ସହିତ ଇସ୍ରାଏଲ-ସନ୍ତାନଗଣର ସମୁଦାୟ ମଣ୍ତଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍‍, ସେ ଓ ତାହା ସହିତ ଇସ୍ରାଏଲ ସନ୍ତାନଗଣର ସମୁଦାୟ ମଣ୍ଡଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।”

Gade chapit la Kopi

ପବିତ୍ର ବାଇବଲ

21 ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’”

Gade chapit la Kopi




ଗଣନା ପୁସ୍ତକ 27:21
23 Referans Kwoze  

ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍‍ ଦ୍ୱାରା, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା।


ତହିଁରେ (ଇସ୍ରାଏଲ) ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ।


ସେହି ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରୀମ୍‍ ଓ ତୁମ୍ମୀମ୍‍ (ଦୀପ୍ତି ଓ ସିଦ୍ଧି) ରଖିବ; ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି, ହାରୋଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ-ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ।


ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର (ପବିତ୍ର) ଖାଦ୍ୟ ଖାଇବ ନାହିଁ।


ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ।


ଏଉତ୍ତାରେ ଦାଉଦ ଅହୀମେଲକ୍‍ର ପୁତ୍ର ଅବୀୟାଥର ଯାଜକକୁ କହିଲେ, “ମୋʼ କତିକି ଟିକିଏ ଏଫୋଦ ଆଣିଲ।” ତହିଁରେ ଅବୀୟାଥର ଦାଉଦଙ୍କ ନିକଟକୁ ଏଫୋଦ ଆଣିଲା।


ପୁଣି, ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି; ଏଣୁ ସେ ଅବୀୟାଥର ଯାଜକକୁ କହିଲେ, “ଏଠାକୁ ଏଫୋଦ ଆଣ।”


ପୁଣି ଇସ୍ରାଏଲ-ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା?” ତହିଁରେ ସଦାପ୍ରଭୁ କହିଲେ, “ତାହା ବିରୁଦ୍ଧରେ ଯାଅ।”


ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଉଠି ବେଥେଲ୍‍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; “ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ?” ସଦାପ୍ରଭୁ କହିଲେ, “ଯିହୁଦା ପ୍ରଥମେ ଯିବ।”


ଯିହୋଶୂୟଙ୍କର ମୃତ୍ୟୁୁ ପରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, “କିଣାନୀୟମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ?”


ପୁଣି, ସେ ଲେବୀ ବିଷୟରେ କହିଲେ, “ତୁମ୍ଭର ତୁମ୍ମୀମ୍‍ ଓ ଉରୀମ୍‍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି, ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ, ମିରୀବାଃ ଜଳ ନିକଟରେ ତୁମ୍ଭେ ତାହା ସଙ୍ଗେ ବିରୋଧ କଲ।”


ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇ ପାରିବ ଓ ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସିପାରିବ, ପୁଣି, ଯେ ସେମାନଙ୍କର ପଥପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇ ପାରିବ ଓ ଭିତରକୁ ଆଣି ପାରିବ; ତାହା କଲେ ସଦାପ୍ରଭୁଙ୍କର ମଣ୍ଡଳୀ ପାଳକବିହୀନ ମେଷପଲ ତୁଲ୍ୟ ହେବ ନାହିଁ।”


ଆଉ, ସେ ତାହା ଉପରେ ବୁକୁପଟା ଦେଲେ ଆଉ, ବୁକୁପଟାରେ ଊରୀମ୍‍ ଓ ତୁମ୍ମୀମ୍‍ ରଖିଲେ।


ଏଥିରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ।


ଆହୁରି ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଯେପରି ତାହାର ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର।


ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ଯିହୋଶୂୟଙ୍କୁ ଇଲୀୟାସର ଯାଜକ ସମ୍ମୁଖରେ ଓ ସମୁଦାୟ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ କରାଇଲେ।


ପୁଣି, ଶାଉଲ ଯାଜକ ସଙ୍ଗେ କଥା କହିବା ବେଳେ ଏପରି ହେଲା ଯେ, ପଲେଷ୍ଟୀୟମାନଙ୍କ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା; ତହିଁରେ ଶାଉଲ ଯାଜକକୁ କହିଲେ, “କର୍ମ ବନ୍ଦ କର।”


ଦାଉଦଙ୍କର ସମୟରେ କ୍ରମାଗତ ତିନି ବର୍ଷ ଦୁର୍ଭିକ୍ଷ ହେଲା; ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ ଅନ୍ୱେଷଣ କରନ୍ତେ, ସଦାପ୍ରଭୁ କହିଲେ, “ଶାଉଲ ଓ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି, ଯେହେତୁ ସେ ଗିବୀୟୋନୀୟ ଲୋକମାନଙ୍କୁ ବଧ କରିଥିଲା।”


କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ; କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବାର୍ତ୍ତାବାହକ।


ଏମାନେ ମୋଶାଙ୍କ ସମ୍ମୁଖରେ ଓ ଇଲୀୟାସର ଯାଜକ ସମ୍ମୁଖରେ, ପୁଣି, ଅଧିପତିଗଣ ଓ ସମସ୍ତ ମଣ୍ଡଳୀର ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ,


ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଆପେ ତୁମ୍ଭର ଅଗ୍ରଗାମୀ ହୋଇପାର ହୋଇଯିବେ; ସେ ତୁମ୍ଭ ସମ୍ମୁଖରୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ନାଶ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରିବ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯିହୋଶୂୟ ତୁମ୍ଭର ଅଗ୍ରଗାମୀ ହୋଇପାର ହେବେ।


Swiv nou:

Piblisite


Piblisite