Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 24:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପୁଣି ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ଵ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।

Gade chapit la Kopi

ଓଡିଆ ବାଇବେଲ

19 ପୁଣି, ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।”

Gade chapit la Kopi

ପବିତ୍ର ବାଇବଲ

19 “ଯାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ। ସେ ସେହି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”

Gade chapit la Kopi




ଗଣନା ପୁସ୍ତକ 24:19
19 Referans Kwoze  

ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି।


ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।


ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।


ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘଭାଗରେ ଏହି ନାମ ଲିଖିତ ଅଛି “ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”


ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।


କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ।


କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”


ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।”


ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ ଓ ସେମାନେ ସୁସ୍ଥିର ହୋଇ ବାସ କରିବେ; କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ।


ଆଉ, ସେହି ଦିନରେ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯିଶୀର ମୂଳ, ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ-ସ୍ଥାନ ଗୌରବାନ୍ୱିତ ହେବ।


ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।”


ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ।


ପୁଣି, ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ, ଏପରି ସେୟୀର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ।


ଏଉତ୍ତାରେ ସେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା; ମାତ୍ର ତାହାର ଶେଷାବସ୍ଥା ବିନାଶରେ ଉପସ୍ଥିତ ହେବ।”


Swiv nou:

Piblisite


Piblisite