Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 20:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;

Gade chapit la Kopi

ଓଡିଆ ବାଇବେଲ

16 ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;

Gade chapit la Kopi

ପବିତ୍ର ବାଇବଲ

16 ସେତେବେଳେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପାଇଁ ବିଳାପ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। “ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗରରେ ଅଛୁ।

Gade chapit la Kopi




ଗଣନା ପୁସ୍ତକ 20:16
14 Referans Kwoze  

ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍‍ଗାମୀ ହେଲେ, ପୁଣି, ମେଘସ୍ତମ୍ଭ ସେମାନଙ୍କ ସମ୍ମୁଖରୁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା।


ଆମ୍ଭେ ତୁମ୍ଭ ଆଗେ ଆଗେ ଏକ ଦୂତ ପଠାଇବା; ପୁଣି, ଆମ୍ଭେ କିଣାନୀୟ, ଇମୋରୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ିଦେବା।


ଦେଖ, ଆମ୍ଭେ ତୁମ୍ଭକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମ୍ଭର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରୁଅଛୁ।


ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ, ଇସ୍ରାଏଲ-ସନ୍ତାନଗଣ ଅନାଇ ଆପଣାମାନଙ୍କ ପଶ୍ଚାତ୍‍ ପଶ୍ଚାତ୍‍ ଆଗମନକାରୀ ମିସରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ, ପୁଣି, ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ।


ଏବେ ମିସରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ।


ଅର୍ଥାତ୍‍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘ କାଳ ବାସ କଲେ ଆଉ ମିସରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।


“ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଆଡ଼େ ଫେରିବୁ ନାହିଁ; ଆମ୍ଭେମାନେ କୂପରୁ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ।”


ଓ ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତରସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ।


ଯିହୁଦା-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସୀନ୍‍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତଭାଗରେ ଥିଲା।


ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ।


କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ୱାରା, ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟକର୍ମ ଦ୍ୱାରା, ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା, ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।


ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ,


Swiv nou:

Piblisite


Piblisite