Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 20:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେ ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେ ସେମାନଙ୍କୁ କହିଲେ, ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା?

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେ ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା ?

Gade chapit la Kopi

ପବିତ୍ର ବାଇବଲ

10 ପୁଣି ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଦେଖ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।”

Gade chapit la Kopi




ଗଣନା ପୁସ୍ତକ 20:10
18 Referans Kwoze  

ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ।


କ୍ରୋଧ କର କିନ୍ତୁ ପାପ କର ନାହିଁ; ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ।


କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ। ପୁଣି, ଯେ କେହି ଆପଣା ଭାଇ କି ‘ମୂର୍ଖ’ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ‘ପାଷାଣ୍ଡ’ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ।


ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ।


ତହିଁରେ ଯୋଷେଫ କହିଲେ, “ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ୱର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ।”


ସେମାନେ କହିଲେ, “ଆମ୍ଭେମାନେ ସ୍ୱପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ଅର୍ଥର ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ୱପ୍ନ ମୋତେ କୁହ।”


ଅତଏବ, ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ, ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ବର, ସେ ସାର।


ଦେଖ, ଆମ୍ଭେ ହୋରେବରେ ସେହି ଶୈଳ ଉପରେ ତୁମ୍ଭ ସମ୍ମୁଖରେ ଠିଆ ହେବା; ତୁମ୍ଭେ ସେହି ଶୈଳକୁ ଆଘାତ କଲେ, ତହିଁରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତାହା ପାନ କରିବେ;” ତେବେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କ ଦୃଷ୍ଟିରେ ସେହିରୂପ କଲେ।


“ଏହା ହାରୋଣର ମୃତ୍ୟୁର ସମୟ ଅଟେ; କାରଣ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ, ଯେହେତୁ ମିରୀବାଃ ଜଳ ନିକଟରେ ତୁମ୍ଭେମାନେ ଆମ୍ଭ ଆଜ୍ଞାର ବିରୁଦ୍ଧ କର୍ମ କରିଥିଲ।


ସେ ଶୈଳରୁ ସ୍ରୋତ ବାହାର କଲେ ଓ ନଦୀ ତୁଲ୍ୟ ଜଳ ବହାଇଲେ।


Swiv nou:

Piblisite


Piblisite