Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 14:43 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

43 ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ତୁମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି ଓ ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

43 ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ତୁମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି ଓ ତୁମ୍ଭେମାନେ ଖଡ଼୍ଟରେ ପତିତ ହେବ; ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

43 ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ତୁମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି ଓ ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ

43 ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ଅଛନ୍ତି, ତୁମ୍ଭେମାନେ ଖ‌ଡ଼୍‌ଗରେ ନିହତ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ୱାସଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”

Gade chapit la Kopi




ଗଣନା ପୁସ୍ତକ 14:43
14 Referans Kwoze  

ତହୁଁ ସେ ଆସାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ କହିଲା, “ହେ ଆସା ଓ ସମଗ୍ର ଯିହୁଦା ଓ ବିନ୍ୟାମୀନ୍, ତୁମ୍ଭେମାନେ ମୋʼ କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବାଯାଏ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି; ଯଦି ତୁମ୍ଭେମାନେ ତାହାଙ୍କ ଅନ୍ୱେଷଣ କରିବ, ତେବେ ତୁମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ତେବେ ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ।


ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳଭୂମିରେ ବାସ କରନ୍ତି; କାଲି ତୁମ୍ଭେମାନେ ଫେରି ସୂଫ ସାଗରକୁ ଯିବା ପଥ ଦେଇ ପ୍ରାନ୍ତରକୁ ଗମନ କର।”


ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି; ପୁଣି, ପର୍ବତରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି; ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”


ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ, ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା, ତହିଁରେ ଜଣେ ମନୁଷ୍ୟ ମଧ୍ୟ ସେଠାରେ ରହିବ ନାହିଁ; ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା, ସେତେବେଳେ ସେମାନଙ୍କର ସନ୍ତାପ ହେବ!


ମାତ୍ର ସେମାନେ ବିଦ୍ରୋହୀ ହେଲେ ଓ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଶୋକାକୁଳ କଲେ; ଏନିମନ୍ତେ ସେ ଫେରି ସେମାନଙ୍କର ଶତ୍ରୁ ହେଲେ ଓ ଆପେ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।


ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯଦି ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ।


ତହୁଁ ସେ କହିଲା, “ଶାମ୍‍ଶୋନ୍‍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ।” ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, “ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣାକୁ ଝାଡ଼ିବି।” ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ, ଏହା ସେ ଜାଣିଲା ନାହିଁ।


ସଦାପ୍ରଭୁ ତୁମ୍ଭ ଶତ୍ରୁମାନଙ୍କ ସମ୍ମୁଖରେ ତୁମ୍ଭକୁ ପରାସ୍ତ କରାଇବେ ତୁମ୍ଭେ ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ ମାତ୍ର ସାତ ପଥ ଦେଇ ସେମାନଙ୍କ ସମ୍ମୁଖରୁ ପଳାଇବ; ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମ୍ଭେ ଏଣେତେଣେ ସ୍ଥାନାନ୍ତରିତ ହେବ।


ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରାସ୍ତ ହେବ; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ଓ କେହି ତୁମ୍ଭମାନଙ୍କ ପଛେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ପଳାଇଯିବ।


କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ନାହାନ୍ତି; ଯେପରି ତୁମ୍ଭେମାନେ ଶତ୍ରୁଗଣର ସମ୍ମୁଖରେ ପରାସ୍ତ ହେବ ନାହିଁ, ଏଥିପାଇଁ ଉପରକୁ ଯାଅ ନାହିଁ।


ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ; ମାତ୍ର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ମୋଶା ଛାଉଣିରୁ ପ୍ରସ୍ଥାନ କଲେ ନାହିଁ।


ଏଥିଲାଗି ଇସ୍ରାଏଲ-ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁ ନାହାନ୍ତି, ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁ ଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ, ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଗରେ ରହିବା ନାହିଁ।


ତହୁଁ ସେମାନେ ଗିଲୀୟଦ ଦେଶରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଆସି ସେମାନଙ୍କୁ କହିଲେ,


ତୁମ୍ଭେ ବିପକ୍ଷମାନଙ୍କ ନିକଟରୁ ଆମ୍ଭମାନଙ୍କୁ ଫେରାଇ ଦେଉଅଛ ଓ ଆମ୍ଭମାନଙ୍କ ଘୃଣାକାରୀଗଣ ଆପଣାମାନଙ୍କ ନିମନ୍ତେ ଆମ୍ଭମାନଙ୍କୁ ଲୁଣ୍ଠନ କରୁଅଛନ୍ତି।


Swiv nou:

Piblisite


Piblisite