Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 14:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଆମ୍ଭେ ମହାମାରୀ ଦ୍ଵାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।

Gade chapit la Kopi

ଓଡିଆ ବାଇବେଲ

12 ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।

Gade chapit la Kopi

ପବିତ୍ର ବାଇବଲ

12 ମୁଁ ମହାମାରୀଦ୍ୱାରା ସେମାନଙ୍କୁ ସଂହାର କରିବି ଓ ସେମାନଙ୍କର ଅଧିକାର ଛଡ଼େଇ ନେବି। ପୁଣି ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଜାତି କରିବି।”

Gade chapit la Kopi




ଗଣନା ପୁସ୍ତକ 14:12
9 Referans Kwoze  

ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ିଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।”


ଏଥିଉତ୍ତାରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପୁନର୍ବାର ପ୍ରଜ୍ୱଳିତ ହେଲା, ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”


ତଥାପି ଚବିଶ ହଜାର ଲୋକ ଏହି ମାରୀରେ ମଲେ।


ସେମାନେ କହିଲେ, “ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ ତିନି ଦିନର ପଥ ଯିବାକୁ ଦେଉନ୍ତୁ; ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ।”


ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ଦେବ ଓ ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା; ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ।


ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେଠାରୁ ତୁମ୍ଭେମାନେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭଠାରେ ମହାମାରୀ ଲଗାଇ ରଖିବେ।


ମାତ୍ର ଇସ୍ରାଏଲ ବଂଶ ପ୍ରାନ୍ତରରେ ଆମ୍ଭର ବିଦ୍ରୋହାଚାରୀ ହେଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ, ମନୁଷ୍ୟ ଯଦି ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ; ପୁଣି, ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅତ୍ୟନ୍ତ ଅପବିତ୍ର କଲେ; ସେତେବେଳେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସଂହାର କରିବା ନିମନ୍ତେ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।


Swiv nou:

Piblisite


Piblisite