Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 12:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରୋଣ ଓ ମରୀୟମଙ୍କୁ ଡାକିଲେ; ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରେ ଓହ୍ଲାଇ ତମ୍ଵୁ ଦ୍ଵାରରେ ଛିଡ଼ା ହୋଇ ହାରୋଣଙ୍କୁ ଓ ମରୀୟମକୁ ଡାକିଲେ; ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ।

Gade chapit la Kopi

ଓଡିଆ ବାଇବେଲ

5 ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରୋଣ ଓ ମରୀୟମଙ୍କୁ ଡାକିଲେ; ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ।

Gade chapit la Kopi

ପବିତ୍ର ବାଇବଲ

5 ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ-ତମ୍ବୁ ନିକଟରେ ଛିଡ଼ା ହେଲେ। ସେ ଡାକିଲେ, “ହାରୋଣ ଓ ମରିୟମ!” ତହୁଁ ସେମାନେ ବାହାର ହୋଇ ଆସିଲେ।

Gade chapit la Kopi




ଗଣନା ପୁସ୍ତକ 12:5
6 Referans Kwoze  

ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ତାଙ୍କ ସହିତ କଥା କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନଙ୍କୁ ଦେଲେ; ପୁଣି, ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ, ସେମାନେ ଭବିଷ୍ୟତ କଥା ପ୍ରଚାର କଲେ, ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ।


ତେବେ ସଦାପ୍ରଭୁ ମେଘରେ ଅବରୋହଣ କରି ସେ ସ୍ଥାନରେ ତାଙ୍କ ସହିତ ଠିଆ ହୋଇ “ସଦାପ୍ରଭୁଙ୍କ” ନାମ ଘୋଷଣା କଲେ।


ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ; ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ।


କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।


ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିବା ସମୟରେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ବିଶ୍ୱାସ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ।” ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ।


ଏଥିଉତ୍ତାରେ ସଦାପ୍ରଭୁ ଅକସ୍ମାତ୍‍ ମୋଶାଙ୍କୁ ଓ ହାରୋଣଙ୍କୁ ଓ ମରୀୟମକୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ” ତହିଁରେ ସେ ତିନି ଜଣ ବାହାର ହୋଇ ଆସିଲେ;


Swiv nou:

Piblisite


Piblisite