Biblia Todo Logo
Bib sou entènèt

- Piblisite -




ନିହିମୀୟା 9:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେହି ମାସର ଚବିଶତମ ଦିନରେ ଇସ୍ରାଏଲ-ସନ୍ତାନଗଣ ଏକତ୍ରିତ ହୋଇ ଉପବାସ କରି, ଅଖା ପିନ୍ଧି ଓ ଆପଣା ଆପଣା ମସ୍ତକ ଉପରେ ମାଟି ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେହି ମାସର ଚତୁର୍ବିଂଶ ଦିନରେ ଇସ୍ରାଏଲ-ସନ୍ତାନଗଣ ଉପବାସ କରି, ଅଖା ପିନ୍ଧି ଓ ଆପଣା ଆପଣା ଉପରେ ମାଟି ଦେଇ ଏକତ୍ରିତ ହେଲେ।

Gade chapit la Kopi

ଓଡିଆ ବାଇବେଲ

1 ସେହି ମାସର ଚବିଶତମ ଦିନରେ ଇସ୍ରାଏଲ ସନ୍ତାନଗଣ ଏକତ୍ରିତ ହୋଇ ଉପବାସ କରି, ଅଖା ପିନ୍ଧି ଓ ଆପଣା ଆପଣା ମସ୍ତକ ଉପରେ ମାଟି ଦେଲେ।

Gade chapit la Kopi

ପବିତ୍ର ବାଇବଲ

1 ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।

Gade chapit la Kopi




ନିହିମୀୟା 9:1
22 Referans Kwoze  

ତହିଁରେ ସପ୍ତମ ମାସର ପ୍ରଥମ ଦିନରେ, ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝି ପାରନ୍ତି, ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା-ପୁସ୍ତକ ଆଣିଲେ।


ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ; ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ।


ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।


ପୁଣି, ସୈନ୍ୟ ମଧ୍ୟରୁ ବିନ୍ୟାମୀନୀୟ ଜଣେ ଲୋକ ଦୌଡ଼ିଲା, ପୁଣି, ସେ ଆପଣା ବସ୍ତ୍ର ଚିରି ମସ୍ତକରେ ମାଟି ଦେଇ ସେହି ଦିନ ଶୀଲୋରେ ଉପସ୍ଥିତ ହେଲା।


ପୁଣି, ସେହି ଦିନ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ରୋଦନ ଓ ବିଳାପ ଓ ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବନ୍ଧନ କରିବାକୁ ଡାକିଲେ;


ଏଉତ୍ତାରେ ସେମାନେ ଦୂରରୁ ଅନାଇ ତାହାକୁ ଚିହ୍ନି ନ ପାରି ଉଚ୍ଚସ୍ୱରରେ ରୋଦନ କଲେ; ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ବସ୍ତ୍ର ଚିରି ଆକାଶ ଆଡ଼େ ଆପଣା ଆପଣା ମସ୍ତକ ଉପରେ ଧୂଳି ବିଞ୍ଚିଲେ।


“ତୁମ୍ଭେ ଯାଇ ଶୂଶନ୍‍ରେ ଉପସ୍ଥିତ ସମସ୍ତ ଯିହୁଦୀୟ ଲୋକଙ୍କୁ ଏକତ୍ର କରି ମୋʼ ନିମନ୍ତେ ଉପବାସ କର, ପୁଣି ତିନି ଦିନ ଯାଏ ଦିନରେ କିଅବା ରାତ୍ରିରେ କିଛି ଭୋଜନ କର ନାହିଁ ଓ କିଛି ପାନ କର ନାହିଁ; ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ; ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି; ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି।”


ଆଉ, ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜାଜ୍ଞା ଓ ନିୟମପତ୍ର ପହଞ୍ଚିଲା, ସେହି ସକଳ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା, ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।


ତହିଁରେ ଯିହୋଶାଫଟ୍‍ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ; ପୁଣି ଯିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ।


ଆଉ ସେ ସପ୍ତମ ମାସର ତେଇଶ ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ବୁକୁ ବିଦାୟ କଲେ; ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ଶଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ୍ତ ହେଲେ।


ତୃତୀୟ ଦିନରେ ଶାଉଲଙ୍କ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା।


ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବେଥେଲ୍‍କୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ଆହୁରି, ଭୂମିରୁ ଉତ୍ପନ୍ନ ଫଳ ସଂଗ୍ରହ କଲା ଉତ୍ତାରେ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ; ପ୍ରଥମ ଦିନ ମହା ବିଶ୍ରାମ ହେବ ଓ ଅଷ୍ଟମ ଦିନ ମହା ବିଶ୍ରାମ ହେବ।


“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଏହି ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ହେବ।


ଆଉ ଆମ୍ଭେ ଆପଣା ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟବସ୍ତ୍ର ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ।


ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ।


ଏଥିଉତ୍ତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ।


ତଥାପି ସଦାପ୍ରଭୁ କହନ୍ତି, “ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।


Swiv nou:

Piblisite


Piblisite