Biblia Todo Logo
Bib sou entènèt

- Piblisite -




ନିହିମୀୟା 8:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ସେମାନେ ସ୍ପଷ୍ଟରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇଦେଲେ, ତହୁଁ ଲୋକମାନେ ପଠନ ବୁଝି ପାରିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ସେମାନେ ସ୍ପଷ୍ଟ ରୂପେ ପରମେଶ୍ଵରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇ ଦେଲେ, ତହୁଁ ଲୋକମାନେ ପଠନ ବୁଝିଲେ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି, ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇ ଦେଲେ, ତହୁଁ ଲୋକମାନେ ପଠନ ବୁଝି ପାରିଲେ।

Gade chapit la Kopi

ପବିତ୍ର ବାଇବଲ

8 ସେମାନେ ସ୍ପଷ୍ଟରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଏବଂ ତହିଁର ଅର୍ଥ ବୁଝାଇ ଦେଲେ, ଯେଉଁଥିରେ ଲୋକମାନେ ବୁଝି ପାରିଲେ।

Gade chapit la Kopi




ନିହିମୀୟା 8:8
16 Referans Kwoze  

ଏଥିରେ ସେମାନେ ତାହାଙ୍କ ସହିତ ଗୋଟିଏ ଦିନ ନିରୂପଣ କରି ବହୁସଂଖ୍ୟାରେ ତାହାଙ୍କ ବସାକୁ ଆସିଲେ, ଆଉ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ର ନେଇ ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।


ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ;


ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା?


ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ।


ଏଥିଉତ୍ତାରେ ସଦାପ୍ରଭୁ ମୋତେ ଉତ୍ତର ଦେଇ କହିଲେ, “ଏହି ଦର୍ଶନର କଥା ଲେଖ ଓ ଯେ ପାଠ କରେ, ସେ ଯେପରି ଦୌଡ଼ି ପାରିବ, ଏଥିପାଇଁ ପଟାରେ ସୁସ୍ପଷ୍ଟ କରି ଖୋଳ।


ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ, ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇଅଛି।


ଆହୁରି, ଯେଶୂୟ ଓ ବାନି ଓ ଶେରେବୀୟ, ଯାମୀନ୍‍, ଅକ୍କୂବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ, ଅସରୀୟ, ଯୋଷାବଦ୍‍, ହାନନ୍‍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇଦେଲେ; ଆଉ, ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ।


ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ।


ଏଉତ୍ତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟସବୁ ବୁଝିବାରୁ ସେମାନେ ସମସ୍ତେ ଭୋଜନପାନ କରିବାକୁ ଓ କିଛି ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ।


ପୁଣି ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ତାଙ୍କ ସଙ୍ଗେ ଯିହୁଦାର ସମସ୍ତ ମନୁଷ୍ୟ ଓ ଯିରୂଶାଲମ ନିବାସୀ ସମସ୍ତେ ଓ ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ ଓ ସାନ ବଡ଼ ସମସ୍ତ ଲୋକ ଗମନ କଲେ। ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।


ପୁଣି, ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କଲେ।


ପୁଣି, ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ଓ ବାହାରି ଯିବା ବେଳେ ସେମାନେ ଏକତ୍ର ହୋଇ ବାହାରି ଯିବେ।


Swiv nou:

Piblisite


Piblisite