Biblia Todo Logo
Bib sou entènèt

- Piblisite -




ନିହିମୀୟା 7:70 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

70 ପୁଣି, ପିତୃବଂଶୀୟ ମୁଖ୍ୟମାନଙ୍କ ମଧ୍ୟରୁ କେହି କେହି ସେହି କାମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍‍ ନାମକ ଏକ ହଜାର ସ୍ୱର୍ଣ୍ଣମୁଦ୍ରା, ପଚାଶ କୁଣ୍ଡ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

70 ପୁଣି, ପିତୃବଂଶୀୟ ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ତାରରେ ଡାରିକ୍ ନାମକ ଏକ ହଜାର ସ୍ଵର୍ଣ୍ଣମୁଦ୍ରା, ପଚାଶ କୁଣ୍ତ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା।

Gade chapit la Kopi

ଓଡିଆ ବାଇବେଲ

70 ପୁଣି, ପିତୃବଂଶୀୟ ମୁଖ୍ୟମାନଙ୍କ ମଧ୍ୟରୁ କେହି କେହି ସେହି କାମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍‍ ନାମକ ଏକ ହଜାର ସ୍ୱର୍ଣ୍ଣମୁଦ୍ରା, ପଚାଶ କୁଣ୍ଡ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା।

Gade chapit la Kopi

ପବିତ୍ର ବାଇବଲ

70 ପରିବାରର ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1,000 ସ୍ୱର୍ଣ୍ଣମୁଦ୍ରା, ପଗ୍ଭଶ୍ କୁଣ୍ତ, 530 ଯାଜକୀୟ ବସ୍ତ୍ର ଦେଲା।

Gade chapit la Kopi




ନିହିମୀୟା 7:70
15 Referans Kwoze  

ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ।


ପ୍ରହରୀବର୍ଗର ସେନାପତି ତାଟିଆ, ଅଙ୍ଗାରଧାନୀ, କୁଣ୍ଡ, ହାଣ୍ଡି, ଦୀପବୃକ୍ଷ, ଚମସ ଓ ପାତ୍ରସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।


ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;


ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର (ପବିତ୍ର) ଖାଦ୍ୟ ଖାଇବ ନାହିଁ।


ଆଉ ହୂରମ୍‍ ପାତ୍ର ଓ କୋଦାଳ ଓ କୁଣ୍ଡସବୁ ନିର୍ମାଣ କଲା। ଏହିରୂପେ ହୂରମ୍‍ ପରମେଶ୍ୱରଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା।


ଆହୁରି ସେ ଦଶ ମେଜ ନିର୍ମାଣ କରି ମନ୍ଦିରର ଦକ୍ଷିଣ ଭାଗରେ ପାଞ୍ଚୋଟି ଓ ବାମ ଭାଗରେ ପାଞ୍ଚୋଟି ରଖିଲେ। ପୁଣି, ସେ ଏକ ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ।


ଆଉ, ତ୍ରିଶୂଳ ଓ କୁଣ୍ଡ ଓ ପାତ୍ରସକଳ ନିମନ୍ତେ ନିର୍ମଳ ସ୍ୱର୍ଣ୍ଣ; ପୁଣି, ସ୍ୱର୍ଣ୍ଣମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ ଓ ରୌପ୍ୟମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ;


ହାଣ୍ଡି, କରଚୁଲି ଓ କୁଣ୍ଡ, ଏହି ଯେସକଳ ପାତ୍ର ହୂରମ୍‍ ଶଲୋମନ ରାଜାଙ୍କ ପାଇଁ ସଦାପ୍ରଭୁଙ୍କ ଗୃହରେ ନିର୍ମାଣ କଲା, ତାହାସବୁ ଉଜ୍ଜ୍ୱଳ ପିତ୍ତଳର ଥିଲା।


ତହୁଁ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ସେଚନ କଲେ।


ପୁଣି, ବିଡ଼ାଏ ଏସୋବ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ; ପୁଣି, ପ୍ରଭାତ ପର୍ଯ୍ୟନ୍ତ ତୁମ୍ଭମାନଙ୍କର କେହି ଗୃହ ଦ୍ୱାରରେ ବାହାରକୁ ନ ଯାଉ।


ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗଧ ଥିଲେ।


ଆଉ, ପିତୃବଂଶୀୟ କେତେକ ମୁଖ୍ୟ ଲୋକ ନିଜ ଭଣ୍ଡାରରୁ ଡାରିକ୍‍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ଡ ରୂପା କାମ ପାଇଁ ଦେଲେ।


Swiv nou:

Piblisite


Piblisite