Biblia Todo Logo
Bib sou entènèt

- Piblisite -




ନିହିମୀୟା 7:64 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

64 ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

64 ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ଵେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ।

Gade chapit la Kopi

ଓଡିଆ ବାଇବେଲ

64 ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ।

Gade chapit la Kopi

ପବିତ୍ର ବାଇବଲ

64 ସେମାନେ ସେମାନଙ୍କର ପରିବାରର ଇତିହାସ ଖୋଜିଲେ, ସେମାନଙ୍କର ମଧ୍ୟରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହୋଇଥିଲେ, ମାତ୍ର ସେମାନେ ପାଇଲେ ନାହିଁ। ତେଣୁ ସେମାନେ ଯାଜକତ୍ୱରୁ ଅଯୋଗ୍ୟ ଘୋଷିତ ହେଲେ।

Gade chapit la Kopi




ନିହିମୀୟା 7:64
8 Referans Kwoze  

ଏଉତ୍ତାରେ ବଂଶାବଳୀ କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ୱର ମୋʼ ମନରେ ପ୍ରବୃତ୍ତି ଦେଲେ। ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା,


ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ; ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି; ଏଥିଉତ୍ତାରେ ଯିହୁଦା ଆପଣାମାନଙ୍କ ଅବିଶ୍ଵସ୍ତତା ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ।


ହେ ମୋହର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ-ପଦକୁ, ଆଉ ଯାଜକ-ପଦର ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି।


ବିଶେଷତଃ ଅଭିଷିକ୍ତ ଯାଜକ ଯଦି ଲୋକମାନଙ୍କର ଦୋଷଜନକ ପାପ କରେ; ତେବେ ସେ ଆପଣା କୃତ ପାପ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଖୁନ୍ତ ଏକ ଗୋବତ୍ସ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ।


ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍‍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।


ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର (ପବିତ୍ର) ଖାଦ୍ୟ ଖାଇବ ନାହିଁ।


Swiv nou:

Piblisite


Piblisite