Biblia Todo Logo
Bib sou entènèt

- Piblisite -




ନିହିମୀୟା 4:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହୁଁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି; “ତୁମ୍ଭେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଓ ଭୟଙ୍କର ଅଟନ୍ତି, ଆଉ ତୁମ୍ଭେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହୁଁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି; ତୁମ୍ଭେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଓ ଭୟଙ୍କର ଅଟନ୍ତି, ଆଉ ତୁମ୍ଭେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର।

Gade chapit la Kopi

ଓଡିଆ ବାଇବେଲ

14 ତହୁଁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି; “ତୁମ୍ଭେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ୍ ଓ ଭୟଙ୍କର ଅଟନ୍ତି, ଆଉ ତୁମ୍ଭେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର।”

Gade chapit la Kopi

ପବିତ୍ର ବାଇବଲ

14 ଯେତେବେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳୀନମାନଙ୍କୁ, ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, “ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭେମାନେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ୟାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ଯୁଦ୍ଧ କର।”

Gade chapit la Kopi




ନିହିମୀୟା 4:14
34 Referans Kwoze  

ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।”


କେବଳ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହୁଅ ନାହିଁ, କିଅବା ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ, କାରଣ ସେମାନେ ଆମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ; ସେମାନଙ୍କ ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି, ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି; ସେମାନଙ୍କୁ ଭୟ କର ନାହିଁ।”


ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, “ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କଅଣ କରିବ?”


ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର।


ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।


ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭେ ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ; ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ ସମସ୍ତଙ୍କର ବିଶ୍ୱାସଭୂମି ଅଟ।


କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ।


“ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ;


“ବଳବାନ ଓ ସାହସିକ ହୁଅ, ଅଶୂରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ହୁଅ ନାହିଁ; କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ;


ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”


କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।


ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି; ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଯାଇ ତାହା ଅଧିକାର କର; ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ।”


ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି; ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି; ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି।


ଆସ ଓ ପରମେଶ୍ୱରଙ୍କ କ୍ରିୟାସକଳ ଦେଖ; ମନୁଷ୍ୟ-ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି।


ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ; ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। [ସେଲା]


ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋʼ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି?


ଉତ୍ତର ଦିଗରୁ ସୁବର୍ଣ୍ଣମୟ ଆଭା ଆସେ; ପରମେଶ୍ୱରଙ୍କଠାରେ ଭୟାନକ ମହତ୍ତ୍ୱ ଥାଏ।


ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, ଏହିସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି।


ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନୀରବ ରହିବ।”


ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସରୀୟ ଲୋକମାନେ କହିଲେ, “ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି।”


ପୁଣି ସେ ସେହି ସ୍ଥାନରେ ପହୁଞ୍ଚି ଇଫ୍ରୟିମ-ପର୍ବତମୟ ଦେଶରେ ତୂରୀ ବଜାଇଲେ, ତହିଁରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ।


ପୁଣି, ଯେଉଁମାନେ ନିୟମର ପ୍ରତିକୂଳରେ ଦୁଷ୍ଟାଚରଣ କରନ୍ତି, ସେ ଚାଟୁବାକ୍ୟ ଦ୍ୱାରା ସେମାନଙ୍କୁ ବିପଥଗାମୀ କରାଇବ; ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି, ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ।


ସେତେବେଳେ ସଦାପ୍ରଭୁ ବାହାର ହେବେ ଓ ସଂଗ୍ରାମ ଦିନରେ ଯେପରି ଯୁଦ୍ଧ କଲେ, ସେହିପରି ସେହି ସବୁ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରିବେ।


Swiv nou:

Piblisite


Piblisite