Biblia Todo Logo
Bib sou entènèt

- Piblisite -




ନିହିମୀୟା 4:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେତେବେଳେ ଯିହୁଦା କହିଲା, “ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ ଭଙ୍ଗା କାନ୍ଥ ଅଛି; ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ି ପାରୁ ନାହୁଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେତେବେଳେ ଯିହୁଦା କହିଲା, ଭାରବାହକ-ମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ କାନ୍ଥଡ଼ା ଅଛି; ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ି ପାରୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

10 ସେତେବେଳେ ଯିହୁଦା କହିଲା, “ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ ଭଙ୍ଗା କାନ୍ଥ ଅଛି; ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ି ପାରୁ ନାହୁଁ।”

Gade chapit la Kopi

ପବିତ୍ର ବାଇବଲ

10 ସେତେବେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, “ଆଉ ସେଠାରେ ଏତେ ଧ୍ୱଂସାବଶେଷ ଅଛି, ଯେ ଆମ୍ଭେମାନେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ।

Gade chapit la Kopi




ନିହିମୀୟା 4:10
10 Referans Kwoze  

“ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ଓ ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇ ନାହିଁ।”


“ହେ ମନୁଷ୍ୟ-ସନ୍ତାନ, ବାବିଲର ରାଜା ନବୂଖଦ୍‍ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଭାରୀ ପରିଶ୍ରମ କରାଇଅଛି; ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚର୍ମ ଛିଡ଼ିଗଲା; ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା, ତହିଁ ପାଇଁ ସେ କିଅବା ତାହାର ସୈନ୍ୟସାମନ୍ତ ସୋରଠାରୁ କିଛି ବେତନ ପାଇଲେ ନାହିଁ;


ତହୁଁ ସେ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ ତିନି ହଜାର ଛଅ ଶହ କାର୍ଯ୍ୟଶାସକଙ୍କୁ ନିଯୁକ୍ତ କଲେ।


କାରଣ ସେମାନେ ଇଷ୍କୋଲ-ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ମନକୁ ସାହସହୀନ କଲେ।


ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ।”


ଆହୁରି, ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବାକାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ; ପୁଣି, ଲେବୀୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ।


ଆଉ, ସେ ଆପଣା ଭ୍ରାତୃଗଣ ଓ ଶମରୀୟା ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀୟମାନେ କଅଣ କରୁଅଛନ୍ତି? ସେମାନେ କʼଣ ଗଡ଼ବନ୍ଦି କରି ରହିବେ? ସେମାନେ କʼଣ ବଳିଦାନ କରିବେ? ସେମାନେ କʼଣ ଦିନକରେ ସମାପ୍ତ କରିବେ? ସେମାନେ କʼଣ କାନ୍ଥଡ଼ାର ଢିପିରୁ ଦଗ୍ଧ ପ୍ରସ୍ତର କାଢ଼ି ସଜୀବ କରିବେ?”


ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ।


ପୁଣି, ଆମ୍ଭମାନଙ୍କ ବିପକ୍ଷମାନେ କହିଲେ, “ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।”


Swiv nou:

Piblisite


Piblisite