Biblia Todo Logo
Bib sou entènèt

- Piblisite -




ନିହିମୀୟା 3:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ତାହା ପରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍‍ ଅନ୍ୟ ଏକ ଅଂଶର ମରାମତି କଲେ। ତାହା ପରେ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ଆପଣା କୋଠରି ସମ୍ମୁଖରେ ମରାମତି କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ତାହା ଉତ୍ତାରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଜୀର୍ଣ୍ଣସଂସ୍କାର କଲେ। ତାହା ଉତ୍ତାରେ ବେରିଖୀୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରି ସମ୍ମୁଖରେ ଜୀର୍ଣ୍ଣସଂସ୍କାର କଲା।

Gade chapit la Kopi

ଓଡିଆ ବାଇବେଲ

30 ତାହା ପରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍‍ ଅନ୍ୟ ଏକ ଅଂଶର ମରାମତି କଲେ। ତାହା ପରେ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ଆପଣା କୋଠରି ସମ୍ମୁଖରେ ମରାମତି କଲା।

Gade chapit la Kopi

ପବିତ୍ର ବାଇବଲ

30 ଶେଲିମିୟର ପୁତ୍ର ହନାନିୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ। ତାହାପରେ ବେରିଖିୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରୀ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ।

Gade chapit la Kopi




ନିହିମୀୟା 3:30
5 Referans Kwoze  

ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।


ତାହା ପରେ ମଲ୍‍କୀୟ ନାମକ ଜଣେ ସ୍ୱର୍ଣ୍ଣକାର ହମିପ୍କଦ୍‍ ଦ୍ୱାରର ସମ୍ମୁଖସ୍ଥ ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ମରାମତି କଲା।


ପୁଣି, ସେମାନଙ୍କ ନିକଟରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ମଶେଷବେଲ୍‍ର ପୌତ୍ର ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ମରାମତି କଲା।


କାରଣ, ସେ ଆରହର ପୁତ୍ର ଶଖନୀୟର ଜୁଆଁଇ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍‍ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ର କନ୍ୟାକୁ ବିବାହ କରିଥିବାରୁ ଯିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ।


ତହିଁରେ ମୁଁ ଶେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାରସମୂହର ଅଧ୍ୟକ୍ଷ କଲି; ସେମାନଙ୍କ ତଳେ ମତ୍ତନୀୟର ପୌତ୍ର ସକ୍କୁରର ପୁତ୍ର ହାନନ୍‍ ରହିଲା; କାରଣ ସେମାନେ ବିଶ୍ୱସ୍ତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।


Swiv nou:

Piblisite


Piblisite