Biblia Todo Logo
Bib sou entènèt

- Piblisite -




ନିହିମୀୟା 3:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥି ଉତ୍ତାରେ ଇଲିୟାଶୀବ୍ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ଵାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।

Gade chapit la Kopi

ଓଡିଆ ବାଇବେଲ

1 ଏହା ପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।

Gade chapit la Kopi

ପବିତ୍ର ବାଇବଲ

1 ଇଲିୟାଶୀବ ମହାଯାଜକ ଥିଲେ, ଇଲିୟାଶୀବ ଓ ତାଙ୍କର ସାଥୀ ଯାଜକମାନେ ମେଷ ଫାଟକ ଗଠନ କରିବାକୁ ଗଲେ। ସେମାନେ ସେହି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ୱାର ସ୍ଥାପନ କଲେ। ସେମାନେ ସହସ୍ର ଦୁର୍ଗର ଓ ହନନେଲ ଦୁର୍ଗର କାର୍ଯ୍ୟ କଲେ।

Gade chapit la Kopi




ନିହିମୀୟା 3:1
19 Referans Kwoze  

ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ।


ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି।


ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ।


ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ, ନଗର ଉନ୍ନତ ହୋଇ ବିନ୍ୟାମୀନ୍‍ର ଦ୍ୱାରଠାରୁ ପ୍ରଥମ ଦ୍ୱାରର ସ୍ଥାନ, ଅର୍ଥାତ୍‍, କୋଣର ଦ୍ୱାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ।


ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର।


ତହୁଁ ଇଲୀୟାଶୀବ ମହାଯାଜକର ପୌତ୍ର ଯିହୋୟାଦାର ଏକ ପୁତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ର ଜୁଆଁଇ ଥିଲା; ତେଣୁ ମୁଁ ତାହାକୁ ଆପଣା ନିକଟରୁ ତଡ଼ିଦେଲି।


ପୁଣି, କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ମରାମତି କଲେ।


ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ।


ହେ ସଦାପ୍ରଭୋ, ମୁଁ ତୁମ୍ଭର ଗୁଣଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋʼ ଶତ୍ରୁଗଣକୁ ମୋʼ ଉପରେ ଆନନ୍ଦ କରିବାକୁ ଦେଇ ନାହଁ।


ପୁଣି, ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ଶୁଚି କଲେ; ଆଉ, ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।


ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ୱାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ।


ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍‍ବଲ୍ଲଟ୍‍ ଓ ଟୋବୀୟ ଓ ଆରବୀୟ ଗେଶମ୍‍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।


ତାହା ନିକଟରେ ସବ୍ବୟର ପୁତ୍ର ବାରୂକ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲୀୟାଶୀବ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।


ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, “କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ପ୍ରତିଷ୍ଠା କରିବ।


ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍‍, ଯୋୟାକୀମ୍‍ର ପୁତ୍ର ଇଲୀୟାଶୀବ ଓ ଇଲିୟାଶୀବ୍‍ର ପୁତ୍ର ଯୋୟାଦ୍‍,


ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର।


ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନଃନିର୍ମିତ ହେବ।


ତତ୍ପରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ଇଲିୟାଶୀବ୍‍ର ଗୃହ ଦ୍ୱାରଠାରୁ ଇଲୀୟାଶୀବର ଗୃହପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।


ଏଥିପୂର୍ବେ ଇଲୀୟାଶୀବ ଯାଜକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରିସକଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଓ ସେ ଟୋବୀୟର କୁଟୁମ୍ବ ଥିଲା,


Swiv nou:

Piblisite


Piblisite