Biblia Todo Logo
Bib sou entènèt

- Piblisite -




ନିହିମୀୟା 13:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଇସ୍ରାଏଲର ରାଜା ଶଲୋମନ କି ଏସବୁ କାର୍ଯ୍ୟ ଦ୍ୱାରା ପାପ କରି ନ ଥିଲେ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କର ପ୍ରିୟପାତ୍ର ଥିଲେ, ପୁଣି ପରମେଶ୍ୱର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ; ତଥାପି ବିଦେଶୀୟା ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଇସ୍ରାଏଲର ରାଜା ଶଲୋମନ କି ଏସବୁ କାର୍ଯ୍ୟ ଦ୍ଵାରା ପାପ କରି ନ ଥିଲେ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ଵରଙ୍କର ପ୍ରିୟପାତ୍ର ଥିଲେ, ପୁଣି ପରମେଶ୍ଵର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ; ତଥାପି ବିଦେଶୀୟା ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ।

Gade chapit la Kopi

ଓଡିଆ ବାଇବେଲ

26 ଇସ୍ରାଏଲର ରାଜା ଶଲୋମନ କି ଏସବୁ କାର୍ଯ୍ୟ ଦ୍ୱାରା ପାପ କରି ନ ଥିଲେ ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କର ପ୍ରିୟପାତ୍ର ଥିଲେ, ପୁଣି ପରମେଶ୍ୱର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ; ତଥାପି ବିଦେଶୀୟା ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ।

Gade chapit la Kopi

ପବିତ୍ର ବାଇବଲ

26 ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।

Gade chapit la Kopi




ନିହିମୀୟା 13:26
10 Referans Kwoze  

ଆହୁରି ତୁମ୍ଭେ ଯେଉଁ ଐଶ୍ୱର୍ଯ୍ୟ ଓ ପ୍ରତାପ ମାଗି ନାହଁ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ ଯେ, ତୁମ୍ଭର ଯାବଜ୍ଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ।


ଆଉ, ମୁଁ ଦେଖୁଅଛି ଯେ, ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁୁ ଅପେକ୍ଷା ଅଧିକ ତିକ୍ତ ଅଟେ; ଯେକେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ; ମାତ୍ର ପାପୀ ତାହା ଦ୍ୱାରା ଧରାଯିବ।


ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”


ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କ ଅପେକ୍ଷା ମହାନ ହେଲେ।


ତୁମ୍ଭେ ସ୍ତ୍ରୀଲୋକଙ୍କୁ ଆପଣା ବଳ ଦିଅ ନାହିଁ, ଅବା ରାଜାମାନେ ଯହିଁରେ ବିନଷ୍ଟ ହୁଅନ୍ତି, ତହିଁରେ ଗତି କର ନାହିଁ।


ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ; ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧିବିଶିଷ୍ଟ ମନ ଦେଲୁ ଯେ, ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇ ନାହିଁ, କିଅବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ।


ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ।


ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ।


Swiv nou:

Piblisite


Piblisite