Biblia Todo Logo
Bib sou entènèt

- Piblisite -




ନିହିମୀୟା 13:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେହି ଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ; ପୁଣି, ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ, ଅମ୍ମୋନୀୟ ଓ ମୋୟାବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେହି ଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ; ପୁଣି, ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ, ଅମ୍ମୋନୀୟ ଓ ମୋୟାବୀୟ ଲୋକ ଅନ; କାଳ ପରମେଶ୍ଵରଙ୍କ ସମାଜରେ ପ୍ରବେଶ କରିବେ ନାହିଁ,

Gade chapit la Kopi

ଓଡିଆ ବାଇବେଲ

1 ସେହି ଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ; ପୁଣି, ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ, ଅମ୍ମୋନୀୟ ଓ ମୋୟାବୀୟ ଲୋକ ଅନନ୍ତ କାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ,

Gade chapit la Kopi

ପବିତ୍ର ବାଇବଲ

1 ସେହି ଦିନ ସେମାନେ ଲୋକମାନଙ୍କୁ ଜଣାଇବାକୁ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା, ଯେ ଅମ୍ମୋନୀୟ ଓ ମୋୟାବୀୟ ଲୋକ କେବେ ପରମେଶ୍ୱରଙ୍କ ସଭାରେ ପ୍ରବେଶ କରିବେ ନାହିଁ।

Gade chapit la Kopi




ନିହିମୀୟା 13:1
22 Referans Kwoze  

ପୁଣି, ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କଲେ।


ସେହି ସମୟରେ ମଧ୍ୟ ଯେଉଁ ଯିହୁଦୀୟମାନେ ଅସ୍ଦୋଦ, ଅମ୍ମୋନ ଓ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି;


ପୁଣି ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ତାଙ୍କ ସଙ୍ଗେ ଯିହୁଦାର ସମସ୍ତ ମନୁଷ୍ୟ ଓ ଯିରୂଶାଲମ ନିବାସୀ ସମସ୍ତେ ଓ ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ ଓ ସାନ ବଡ଼ ସମସ୍ତ ଲୋକ ଗମନ କଲେ। ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।


କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାର ଦିନରେ ସମାଜଗୃହ ସମୂହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି।”


ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ।


ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?”


ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଅମ୍ମୋନ-ସନ୍ତାନଗଣର ତିନି, ହଁ, ଚାରି ଅପରାଧ ସକାଶୁ ସେମାନଙ୍କର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ ଗିଲୀୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି।


ମୋୟାବର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହାୟ, ହାୟ, ନବୋ! କାରଣ ତାହା ଉଚ୍ଛିନ୍ନ ହେଲା; କିରୀୟାଥୟିମ୍‍ ଲଜ୍ଜିତ ହେଲା, ତାହା ଧୃତ ହେଲା; ମିସ୍ଗନ୍‍ ଲଜ୍ଜିତ ଓ ଭଗ୍ନ ହେଲା।


ତୁମ୍ଭେମାନେ ସଦାପ୍ରଭୁଙ୍କ ନଳାକାର ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ହେବ ନାହିଁ, କେହି ଆପଣା ସଙ୍ଗିନୀବିହୀନ ହେବ ନାହିଁ; କାରଣ ମୋʼ ମୁଖ ଦ୍ୱାରା ସେ ଏହା ଆଜ୍ଞା କରିଅଛନ୍ତି ଓ ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି।


ଏହି ସମୟରେ ଅମ୍ମୋନୀୟ ଟୋବୀୟ ତାହା ପାଖରେ ଥିଲା, ଆଉ ସେ କହିଲା, “ମଧ୍ୟ ସେମାନେ ଯାହା ଗଢ଼ୁଅଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପାଚେରୀ ଭାଙ୍ଗି ପକାଇବ।”


ମାତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍‍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, “ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ?”


ମାତ୍ର ଇସ୍ରାଏଲ-ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଅତିଶୟ ଅସନ୍ତୁଷ୍ଟ ହେଲେ।


ଏନିମନ୍ତେ ସେ ବିୟୋରର ପୁତ୍ର ବିଲୀୟମ୍‍କୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଣର ଦେଶ-ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥୋର ନଗରକୁ ବାର୍ତ୍ତାବହ ପଠାଇ ଏହା କହିଲେ, “ଦେଖ, ମିସରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି; ଦେଖ, ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି; ପୁଣି, ଆମ୍ଭ ସମ୍ମୁଖରେ ବାସ କରନ୍ତି।


ତହିଁରେ ସପ୍ତମ ମାସର ପ୍ରଥମ ଦିନରେ, ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝି ପାରନ୍ତି, ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା-ପୁସ୍ତକ ଆଣିଲେ।


Swiv nou:

Piblisite


Piblisite