Biblia Todo Logo
Bib sou entènèt

- Piblisite -




ନାହୂମ 3:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କୂଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟ୍‍ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କୂଶ ଓ ମିସର ତାହାର ବଳ ସ୍ଵରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟୀୟ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।

Gade chapit la Kopi

ଓଡିଆ ବାଇବେଲ

9 କୂଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟ୍‍ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।

Gade chapit la Kopi

ପବିତ୍ର ବାଇବଲ

9 ଇଥିଓପିଆ ଓ ମିଶର ନୋ-ଆମୋନକୁ ବହୁ ଶକ୍ତି ଦେଉଥିଲେ। ପୂଟୀୟ ଓ ଲୂବୀୟ ତାକୁ ସମର୍ଥନ କରୁଥିଲେ।

Gade chapit la Kopi




ନାହୂମ 3:9
12 Referans Kwoze  

କୂଶ ଓ ପୂଟ୍‍ ଓ ଲୁଦ୍‍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି, କୂବ୍‍ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ୍ଗରେ ପତିତ ହେବେ।


ପାରସ୍ୟ, ଲୁଦ୍‍ ଓ ପୂଟ୍‍ ଦେଶୀୟମାନେ ତୁମ୍ଭ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଯୋଦ୍ଧା ଥିଲେ; ସେମାନେ ତୁମ୍ଭ ମଧ୍ୟରେ ଢାଲ ଓ ଟୋପର ଟଙ୍ଗାଇ ରଖିଲେ; ସେମାନେ ତୁମ୍ଭର ଶୋଭା ପ୍ରକାଶ କଲେ।


ସେମାନଙ୍କ ସଙ୍ଗେ ପାରସ୍ୟ, କୂଶ ଓ ପୂଟ୍‍; ସେମାନେ ସମସ୍ତେ ଢାଲ ଓ ଟୋପରଧାରୀ;


ହେ ଅଶ୍ୱଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର; ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୂଶ ଓ ପୂଟ୍‍, ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ।


ତହିଁରେ ଲୋକମାନେ ଆପଣାମାନଙ୍କର ବିଶ୍ୱାସଭୂମି କୂଶ ଓ ଆପଣାମାନଙ୍କର ଦର୍ପ ସ୍ୱରୂପ ମିସର ସକାଶୁ ନିରାଶ ଓ ଲଜ୍ଜିତ ହେବେ।


ତାହା ସଙ୍ଗେ ବାର ଶହ ରଥ, ଷାଠିଏ ହଜାର ଅଶ୍ୱାରୂଢ଼ ଥିଲେ ଓ ତାହା ସଙ୍ଗେ ମିସରରୁ ଅସଂଖ୍ୟ ଲୂବୀୟ ଓ ସୁକ୍କୀୟ ଓ କୂଶୀୟ ଲୋକ ଆସିଲେ।


କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ।


ହାମର ସନ୍ତାନ କୂଶ, ମିସର, ପୂଟ୍‍ ଓ କିଣାନ ଥିଲେ।


କୂଶୀୟ ଓ ଲୂବୀୟମାନେ ଅପାର ଅପାର ରଥ ଓ ଅଶ୍ୱାରୂଢ଼ ସହିତ କି ଏକ ମହାସୈନ୍ୟ ନ ଥିଲେ? ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।


“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ କୁହ; ତୁମ୍ଭେ ଆପଣା ମହତ୍ତ୍ୱରେ କାହାର ତୁଲ୍ୟ?


ମାତ୍ର ମିସରର ସୁନା ଓ ରୂପାର ଭଣ୍ଡାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟସକଳ ତାହାର ହସ୍ତଗତ ହେବ; ଆଉ, ଲୂବୀୟ ଓ କୂଶୀୟମାନେ ତାହାର ଅନୁଚର ହେବେ।


ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।


Swiv nou:

Piblisite


Piblisite