Biblia Todo Logo
Bib sou entènèt

- Piblisite -




ନାହୂମ 3:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ପରି ଅଟନ୍ତି; ତୁମ୍ଭ ଦେଶର ନଗରଦ୍ୱାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖାଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ଅଟନ୍ତି; ତୁମ୍ଭ ଦେଶର ନଗର-ଦ୍ଵାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖା ଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି।

Gade chapit la Kopi

ଓଡିଆ ବାଇବେଲ

13 ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ପରି ଅଟନ୍ତି; ତୁମ୍ଭ ଦେଶର ନଗର-ଦ୍ୱାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖା ଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି।

Gade chapit la Kopi

ପବିତ୍ର ବାଇବଲ

13 ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡ଼ିକ ଶତ୍ରୁସୈନ୍ୟ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡ଼ିକରେ ଲାଗିଥିବା କାଠର ଦଣ୍ତଗୁଡ଼ିକ ଅଗ୍ନି ପୋଡ଼ି ଦେଇଛି।

Gade chapit la Kopi




ନାହୂମ 3:13
11 Referans Kwoze  

ବାବିଲର ବୀରଗଣ ଯୁଦ୍ଧରୁ କ୍ଷାନ୍ତ ହୋଇଅଛନ୍ତି, ସେମାନେ ଆପଣାମାନଙ୍କର ଗଡ଼ ମଧ୍ୟରେ ରହୁଛନ୍ତି; ସେମାନଙ୍କର ବଳ ଊଣା ହୋଇଅଛି; ସେମାନେ ସ୍ତ୍ରୀମାନଙ୍କ ସମାନ ହୋଇଅଛନ୍ତି, ତାହାର ବାସସ୍ଥାନସବୁ ଦଗ୍ଧ, ତାହାର ହୁଡ଼କାସବୁ ଭଗ୍ନ ହୋଇଅଛି।


ସେହି ଦିନ ମିସର ସ୍ତ୍ରୀମାନଙ୍କ ତୁଲ୍ୟ ହେବ, ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ।


ନଦୀର ଦ୍ୱାରସବୁ ମୁକ୍ତ ହୋଇଅଛି ଓ ରାଜଗୃହ ମିଳେଇ ଯାଇଅଛି।


ସେମାନଙ୍କର ଅଶ୍ୱଗଣର ଉପରେ, ଆଉ ରଥସମୂହର ଉପରେ ଓ ତନ୍ମଧ୍ୟସ୍ଥ ମିଶ୍ରିତ ଲୋକସମସ୍ତଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ସ୍ତ୍ରୀମାନଙ୍କ ପରି ହେବେ; ସେମାନଙ୍କର ଭଣ୍ଡାରସମୂହ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେ ସବୁ ଲୁଟିତ ହେବ।


କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି; ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି।


ଯେହେତୁ ସେ ପିତ୍ତଳ-ଦ୍ୱାର ଭାଙ୍ଗିଅଛନ୍ତି ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି।


ଦର୍ପବାଦୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ହତବୁଦ୍ଧି ହେବେ; ତାହାର ବୀରମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ବିସ୍ମିତ ହେବେ।


ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ; ଖଡ୍ଗ ତୁମ୍ଭକୁ ଛେଦନ କରିବ, ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ; ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁସଂଖ୍ୟକ କର, ପଙ୍ଗପାଳ ପରି ଆପଣାକୁ ବହୁସଂଖ୍ୟକ କର।


ପୁଣି, ହେ ତୈମନ୍‍, ଏଷୌର ପର୍ବତରୁ ହତ୍ୟା ଦ୍ୱାରା ଯେପରି ପ୍ରତ୍ୟେକ ଜଣ ଉଚ୍ଛିନ୍ନ ହେବେ, ଏହି ଅଭିପ୍ରାୟରେ ତୁମ୍ଭର ବୀରଗଣ ଉଦ୍‍ବିଗ୍ନ ହେବେ।


ପୁଣି, ରାଣୀ ବିବସ୍ତ୍ରା ହୋଇଅଛି, ସେ ଦୂରକୁ ନୀତା ହୋଇଅଛି, ତାହାର ଦାସୀଗଣ ବକ୍ଷରେ ହାତ ମାରି କପୋତ ସ୍ୱର ପରି ଶୋକ କରୁଅଛନ୍ତି।


Swiv nou:

Piblisite


Piblisite