Biblia Todo Logo
Bib sou entènèt

- Piblisite -




ମାର୍କ 6:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ।। ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।

Gade chapit la Kopi

ଓଡିଆ ବାଇବେଲ

14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଏ ସମସ୍ତ ବିଷୟ ରାଜା ହେରୋଦ ଶୁଣିଲେ, କାରଣ ଯୀଶୁଙ୍କ ସୁଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପି ଯାଇଥିଲା। କେତେକ କହୁଥିଲେ, “ଦୀକ୍ଷାଦାତା ଯୋହନ ପୁନର୍ଜୀବିତ ହୋଇଛନ୍ତି। ସେଥିପାଇଁ ଏସବୁ ଅଲୌକିକ କାର୍ଯ୍ୟ କରିବାକୁ ସେ ଶକ୍ତି ଲାଭ କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ

14 ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।”

Gade chapit la Kopi




ମାର୍କ 6:14
16 Referans Kwoze  

କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।


ସେହି ଦଣ୍ଡରେ କେତେକ ଫାରୂଶୀ ତାହାଙ୍କ ପାଖକୁ ଆସି କହିଲେ, ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ମାରିବା ପାଇଁ ଇଚ୍ଛା କରୁଅଛନ୍ତି।


ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ


ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।


କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।


ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।


ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ।


ଆଉ, ସେ ଯିରୂଶାଲମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହାସବୁ ଦୁର୍ଗସବୁରେ ଓ ପ୍ରାଚୀର-ଚୂଡ଼ାରେ ରଖିଲେ ପୁଣି, ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା; କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ।


ପୁଣି, ଅମ୍ମୋନୀୟମାନେ ଉଷୀୟଙ୍କୁ ଦର୍ଶନୀ ଦେଲେ ଓ ତାଙ୍କର ନାମ ମିସରର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେଲା; କାରଣ ସେ ବେଳକୁ ବେଳ ବଳିଷ୍ଠ ହେଲେ।


ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି।


ସେ ସମ୍ବନ୍ଧରେ ଈଶ୍ବର ମଧ୍ୟ ଆପଣା ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି।


ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା।


Swiv nou:

Piblisite


Piblisite