Biblia Todo Logo
Bib sou entènèt

- Piblisite -




ମାର୍କ 2:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଅବୀୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ଵରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଦର୍ଶନୀରୋଟୀ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।

Gade chapit la Kopi

ଓଡିଆ ବାଇବେଲ

26 ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମମାନଙ୍କୁ ମଧ୍ୟ ଦେଇଥିଲେ ।"

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 “ସେ ଓ ତାଙ୍କ ସାଥୀମାନେ କ୍ଷୁଧିତ ହେବାରୁ, ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ରୋଟୀ ଖାଇ ଦେଇଥିଲେ। ଆବିଆଥାର ପ୍ରଧାନ ପୁରୋହିତ ଥିବାବେଳେ ଏହି ଘଟଣା ଘଟିଥିଲା। ଆମ ଶାସ୍ତ୍ର ଅନୁଯାୟୀ କେବଳ ପୁରୋହିତମାନେ ଏହି ରୋଟୀ ଖାଇବା ବିଧିସଙ୍ଗତ। କିନ୍ତୁ ଦାଉଦ ନିଜେ ଏହା ଖାଇ ତାଙ୍କ ସାଥୀମାନଙ୍କୁ ମଧ୍ୟ ଦେଇଥିଲେ।”

Gade chapit la Kopi

ପବିତ୍ର ବାଇବଲ

26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”

Gade chapit la Kopi




ମାର୍କ 2:26
18 Referans Kwoze  

ପୁଣି ଅହୀଟୂବ୍‍ର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍‍ ଯାଜକ ଥିଲେ; ସରାୟ ଲେଖକ ଥିଲା;


ପୁଣି, ରାଜାଙ୍କର, ଅଧିପତିମାନଙ୍କର, ସାଦୋକ ଯାଜକର, ଅବୀୟାଥରର ପୁତ୍ର ଅହୀମେଲକ୍‍ର, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା।


ଏଥିଉତ୍ତାରେ ଦାଉଦ ନୋବରେ ଅହୀମେଲକ୍‍ ଯାଜକ ନିକଟକୁ ଆସିଲେ; ତହିଁରେ ଅହୀମେଲକ୍‍ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ କରିବାକୁ ଆସି ତାଙ୍କୁ କହିଲା, “ତୁମ୍ଭ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି?”


ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ;


ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।”


ପୁଣି, ସେ ସରୁୟାର ପୁତ୍ର ଯୋୟାବ ଓ ଅବୀୟାଥର ଯାଜକ ସହିତ ପରାମର୍ଶ କଲା; ଆଉ ସେମାନେ ଅଦୋନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ।


ଶିବା ଲେଖକ ଥିଲା; ପୁଣି ସାଦୋକ ଓ ଅବୀୟାଥର ଯାଜକ ଥିଲେ;


ସେଠାରେ ତୁମ୍ଭ ସଙ୍ଗେ କି ସାଦୋକ ଓ ଅବୀୟାଥର ଯାଜକମାନେ ନ ଥିବେ? ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ, ତାହା ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଜଣାଇବ।


ଏଣୁ ସାଦୋକ ଓ ଅବୀୟାଥର ପୁନର୍ବାର ଯିରୂଶାଲମକୁ ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ ଓ ସେମାନେ ସେଠାରେ ରହିଲେ।


ଆଉ ଦେଖ, ସାଦୋକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବହି ଆସିଲେ, ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଓହ୍ଲାଇ ରଖିଲେ ଓ ଅବୀୟାଥର ଉପରକୁ ଗଲା।


ପୁଣି, ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି; ଏଣୁ ସେ ଅବୀୟାଥର ଯାଜକକୁ କହିଲେ, “ଏଠାକୁ ଏଫୋଦ ଆଣ।”


ଯେତେବେଳେ ଅହୀମେଲକ୍‍ର ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫୋଦ ହାତରେ ନେଇ ଆସିଥିଲା।


ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାହାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ।


ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, “ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?


Swiv nou:

Piblisite


Piblisite