Biblia Todo Logo
Bib sou entènèt

- Piblisite -




ମୀଖା 7:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତୁମ୍ଭେମାନେ ମିତ୍ରଠାରେ ବିଶ୍ୱାସ କର ନାହିଁ ଓ ପଥର ପ୍ରଦର୍ଶକଠାରେ ବିଶ୍ୱାସ କର ନାହିଁ; ତୁମ୍ଭ ବକ୍ଷସ୍ଥଳରେ ଶୟନକାରିଣୀଠାରୁ ଆପଣା ମୁଖର ଦ୍ୱାର ରକ୍ଷା କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତୁମ୍ଭେମାନେ ମିତ୍ରଠାରେ ପ୍ରତ୍ୟୟ କର ନାହିଁ ଓ ପଥପ୍ରଦର୍ଶକଠାରେ ବିଶ୍ଵାସ କର ନାହିଁ; ତୁମ୍ଭ ବକ୍ଷଃସ୍ଥଳରେ ଶୟନକାରିଣୀଠାରୁ ଆପଣା ମୁଖର ଦ୍ଵାର ରକ୍ଷା କର।

Gade chapit la Kopi

ଓଡିଆ ବାଇବେଲ

5 ତୁମ୍ଭେମାନେ ମିତ୍ରଠାରେ ବିଶ୍ୱାସ କର ନାହିଁ ଓ ପଥର ପ୍ରଦର୍ଶକଠାରେ ବିଶ୍ୱାସ କର ନାହିଁ; ତୁମ୍ଭ ବକ୍ଷଃସ୍ଥଳରେ ଶୟନକାରିଣୀଠାରୁ ଆପଣା ମୁଖର ଦ୍ୱାର ରକ୍ଷା କର।

Gade chapit la Kopi

ପବିତ୍ର ବାଇବଲ

5 ତୁମ୍ଭର ପ୍ରତିବାସୀ କି ମିତ୍ରଙ୍କୁ ବିଶ୍ୱାସ କର ନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖରେ ମୁଖ ଖୋଲ ନାହିଁ।

Gade chapit la Kopi




ମୀଖା 7:5
11 Referans Kwoze  

ତୁମ୍ଭେମାନେ ପ୍ରତ୍ୟେକେ ଆପଣା ମିତ୍ରଗଣ ବିଷୟରେ ସାବଧାନ ହୁଅ ଓ କୌଣସି ଭ୍ରାତାଠାରେ ବିଶ୍ୱାସ କର ନାହିଁ; କାରଣ ପ୍ରତ୍ୟେକ ଭ୍ରାତା ନିତାନ୍ତ ଅପହରଣ କରିବ ଓ ପ୍ରତ୍ୟେକ ମିତ୍ର ନିନ୍ଦା ଘେନି ବୁଲିବ।


“ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।


ହଁ, ମୋହର ନିଜ ସୁହୃଦ, ଯାହାକୁ ମୁଁ ବିଶ୍ୱାସ କଲି, ଯେ ମୋହର ରୁଟି ଖାଇଲା, ସେ ଆମ୍ଭ ବିରୁଦ୍ଧରେ ଆପଣା ଗୋଇଠି ଉଠାଇଅଛି।


ହେ ସଦାପ୍ରଭୋ, ମୋʼ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର; ମୋʼ ଓଷ୍ଠାଧରର କବାଟ ରକ୍ଷା କର।


ସେ ରାତ୍ରିରେ ଅତିଶୟ ରୋଦନ କରେ, ତାହାର ଲୋତକ ଗାଲରେ ପଡ଼ିଅଛି; ତାହାର ସମସ୍ତ ପ୍ରେମିକଙ୍କ ମଧ୍ୟରେ ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ତାହାର ବନ୍ଧୁ ସମସ୍ତେ ତାହାକୁ ପ୍ରବଞ୍ଚନା କରିଅଛନ୍ତି, ସେମାନେ ତାହାର ଶତ୍ରୁ ହୋଇଅଛନ୍ତି।


ପୁଣି ସେ ଭୋଜିର ସପ୍ତମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା; ତହିଁରେ ସେ ତାହାକୁ ନିତାନ୍ତ ଅନୁରୋଧ କରିବାରୁ ଶାମ୍‍ଶୋନ୍‍ ସପ୍ତମ ଦିନରେ ତାହା ତାହାକୁ ବୁଝାଇଦେଲା; ତହୁଁ ସେ ଆପଣା ଲୋକଙ୍କ ସନ୍ତାନମାନଙ୍କୁ ସେହି ପ୍ରହେଳିକା ବୁଝାଇଦେଲା।


ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ।


ପୁଣି, ସେମାନେ ଅସତ୍ୟତା ନିମନ୍ତେ ଆପଣା ଆପଣା ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି; ଆଉ, ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପକ୍ଷରେ ନୁହେଁ; କାରଣ ସେମାନେ ଦୁଷ୍ଟତା ଉପରେ ଦୁଷ୍ଟତା କରିବା ପାଇଁ ଅଗ୍ରସର ହୁଅନ୍ତି, ସେମାନେ ଆମ୍ଭଙ୍କୁ ଜାଣନ୍ତି ନାହିଁ, ଏହା ସଦାପ୍ରଭୁ କହନ୍ତି।


Swiv nou:

Piblisite


Piblisite