Biblia Todo Logo
Bib sou entènèt

- Piblisite -




ମାଥିଉ 27:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମୁଁ ନିର୍ଦ୍ଦୋଷକୁ ମୃତ୍ୟୁ ହସ୍ତରେ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? ତୁ ତାହା ବୁଝ୍।

Gade chapit la Kopi

ଓଡିଆ ବାଇବେଲ

4 ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି । କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 “ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ପ୍ରତି ବିଶ୍ୱାସଘାତକତା କରି ମୁଁ ବଡ଼ ପାପ କରିଛି।” ସେମାନେ ଉତ୍ତର ଦେଲେ, “ଆମର ସେଥିରେ କଅଣ ଅଛି? ତା’ ତୁମ ନିଜର କଥା।”

Gade chapit la Kopi

ପବିତ୍ର ବାଇବଲ

4 ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।” ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।”

Gade chapit la Kopi




ମାଥିଉ 27:4
33 Referans Kwoze  

ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।


ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ।


କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ।


ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।


ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;


ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହିସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ବରଙ୍କ ବିଚାରରେ ଦଣ୍ଡନୀୟ ହେବ;


ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ।


ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି


ଶତ-ସେନାପତି ଏହି ଘଟଣା ଦେଖି ଈଶ୍ବରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ।


ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି।


ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା।


ଶତ-ସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ ଏବଂ କହିଲେ, ସତ୍ୟ, ଏ ଈଶ୍ବରଙ୍କ ପୁତ୍ର ଥିଲେ।


ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି।


ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।”


କେବଳ ଏହା ନିଶ୍ଚିତ ରୂପେ ଜାଣ ଯେ, ତୁମ୍ଭେମାନେ ମୋତେ ବଧ କଲେ ଆପଣାମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ବର୍ତ୍ତାଇବ; କାରଣ ଏହି ସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”


“ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।


ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ, ଯିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା; କାରଣ ମନଃଶି ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମକୁ ପରିପୂର୍ଣ୍ଣ କଲା, ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ହେଲେ ନାହିଁ।


ଆହାବ ଏହିସବୁ କଥା ଶୁଣନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି, ଧୀରେ ଧୀରେ ଚାଲିଲେ।


ତେବେ ସେ କହିଲେ, “ଆମ୍ଭେ ପାପ କରିଅଛୁ; ତଥାପି ଏବେ ମୋହର ଲୋକମାନଙ୍କ ପ୍ରାଚୀନବର୍ଗ ଓ ଇସ୍ରାଏଲ ସମ୍ମୁଖରେ ମୋହର ଗୌରବ ରଖ ଓ ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋʼ ସଙ୍ଗେ ଫେରି ଆସ।”


ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି; କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି; ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି।


ତହୁଁ ରାତ୍ରିକାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର।


ଏଥିଉତ୍ତାରେ ଫାରୋ ଲୋକ ପଠାଇ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଏହିଥର ମୁଁ ପାପ କରିଅଛି; ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ ଅଟୁ।


ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁ-ସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ।


ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ।


କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟୀୟକୁ ବଧ କଲା, ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ; ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ; ତେବେ ଆପଣ ବିନା କାରଣରେ ଦାଉଦଙ୍କୁ ବଧ କରି କାହିଁକି ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ?”


ସେମାନେ ଧାର୍ମିକର ପ୍ରାଣ ପ୍ରତିକୂଳରେ ଦଳବଦ୍ଧ ହୁଅନ୍ତି ଓ ନିର୍ଦ୍ଦୋଷ ରକ୍ତକୁ ଦୋଷୀ କରନ୍ତି।


ମନୁଷ୍ୟ ଆପଣା ସୁବୁଦ୍ଧି ଅନୁସାରେ ପ୍ରଶଂସା ପାଇବ, ମାତ୍ର ଯାହାର କୁଟିଳ ଅନ୍ତଃକରଣ, ସେ ତୁଚ୍ଛୀକୃତ ହେବ।


Swiv nou:

Piblisite


Piblisite