Biblia Todo Logo
Bib sou entènèt

- Piblisite -




ମାଥିଉ 14:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ଯୋହନ ତାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

4 କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ନିୟମସଙ୍ଗତ ନୁହେଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଜଳଦୀକ୍ଷାଦାତା ଯୋହନ ତାଙ୍କୁ କହିଥିଲେ, “ହେରୋଦଆକୁ ବିବାହ କରିବା ତୁମର ଠିକ୍ ହୋଇନାହିଁ।”

Gade chapit la Kopi

ପବିତ୍ର ବାଇବଲ

4 ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠି‌କ୍‌ କାମ ନୁହେଁ।”

Gade chapit la Kopi




ମାଥିଉ 14:4
12 Referans Kwoze  

ପୁଣି, ଯଦି କେହି ଆପଣା ଭ୍ରାତୃଭାର୍ଯ୍ୟାକୁ ଗ୍ରହଣ କରେ, ତେବେ ତାହା ଅଶୁଚି କର୍ମ; ସେ ଆପଣା ଭ୍ରାତାର ଆବରଣୀୟ ଅନାବୃତ କରିଅଛି; ସେମାନେ ନିଃସନ୍ତାନ ହେବେ।


ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ଭ୍ରାତାର ଆବରଣୀୟ।


କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।


କେହି ନ ଗୋଡ଼ାଇଲେ ହେଁ ଦୁଷ୍ଟ ପଳାଏ; ମାତ୍ର ଧାର୍ମିକମାନେ ସିଂହ ପରି ସାହସିକ।


ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।


ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍‍ କରିଅଛ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।”


ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ଶାଉଲଙ୍କ ହସ୍ତରୁ ରକ୍ଷା କଲୁ;


ବ୍ୟବସ୍ଥାତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି, ପୁଣି, ଆଜ୍ଞା ପାଳିବା ଲୋକମାନେ ସେମାନଙ୍କ ସହିତ ବିରୋଧ କରନ୍ତି।


ତହୁଁ ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିରୂଶାଲମରେ ଯିହୁଦାର ରାଜା ସିଦିକୀୟକୁ ଏହିସବୁ କଥା କହିଲେ।


Swiv nou:

Piblisite


Piblisite