Biblia Todo Logo
Bib sou entènèt

- Piblisite -




ମାଥିଉ 13:41 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,

Gade chapit la Kopi

ଓଡିଆ ବାଇବେଲ

41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

41 ମନୁଷ୍ୟପୁତ୍ର ତାଙ୍କ ରାଜ୍ୟରୁ ସବୁ ଦୁଷ୍କର୍ମକାରୀ ଓ ଯେଉଁମାନେ ଅନ୍ୟମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି, ସେମାନଙ୍କୁ ଏକତ୍ରିତ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ ପଠାଇବେ।

Gade chapit la Kopi

ପବିତ୍ର ବାଇବଲ

41 ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ।

Gade chapit la Kopi




ମାଥିଉ 13:41
18 Referans Kwoze  

ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”


କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ।


ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର।


ଏମାନେ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?


ଯେଉଁ ଦିନରେ ଈଶ୍ବର, ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ।


ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ,


ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”


ସେଥିରେ ଯୀଶୁ ତାହାକୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”


“ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ସଂହାର କରିବା; ଆମ୍ଭେ ଆକାଶର ପକ୍ଷୀଗଣକୁ, ସମୁଦ୍ରର ମତ୍ସ୍ୟଗଣକୁ ଓ ଦୁଷ୍ଟଗଣ ସହିତ ବିଘ୍ନସକଳ ସଂହାର କରିବା; ଆଉ, ଆମ୍ଭେ ଭୂମିରୁ ମନୁଷ୍ୟକୁ ଉଚ୍ଛିନ୍ନ କରିବା,” ଏହା ସଦାପ୍ରଭୁ କହନ୍ତି।


ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ୱରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି;


ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ପରିଷ୍କାର କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”


Swiv nou:

Piblisite


Piblisite