Biblia Todo Logo
Bib sou entènèt

- Piblisite -




ମଲାଖୀ 2:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତୁମ୍ଭେମାନେ ଆମ୍ଭର ପଥ ରକ୍ଷା କରି ନାହଁ, ମାତ୍ର ବ୍ୟବସ୍ଥା ଶିକ୍ଷାରେ ମୁଖାପେକ୍ଷା କରିଅଛ, ଏଥିପାଇଁ ଆମ୍ଭେ ମଧ୍ୟ ସମୁଦାୟ ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ତୁଚ୍ଛ ଓ ଅଧମ କରିଅଛୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତୁମ୍ଭେମାନେ ଆମ୍ଭର ପଥ ରକ୍ଷା କରି ନାହଁ, ମାତ୍ର ବ୍ୟବସ୍ଥା ବିଷୟରେ ମୁଖାପେକ୍ଷା କରିଅଛ, ଏଥିପାଇଁ ଆମ୍ଭେ ମଧ୍ୟ ସମୁଦାୟ ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ତୁଚ୍ଛ ଓ ଅଧମ କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

9 ତୁମ୍ଭେମାନେ ଆମ୍ଭର ପଥ ରକ୍ଷା କରି ନାହଁ, ମାତ୍ର ବ୍ୟବସ୍ଥା ଶିକ୍ଷାରେ ମୁଖାପେକ୍ଷା କରିଅଛ, ଏଥିପାଇଁ ଆମ୍ଭେ ମଧ୍ୟ ସମୁଦାୟ ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ତୁଚ୍ଛ ଓ ଅଧମ କରିଅଛୁ।

Gade chapit la Kopi

ପବିତ୍ର ବାଇବଲ

9 “ତୁମ୍ଭେମାନେ ଆମ୍ଭର ପଥ ଅନୁସରଣ କରି ନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ୱାରା ପକ୍ଷପାତିତା ଦେଖାଇଛ। ତେଣୁ ସମସ୍ତ ଲୋକମାନଙ୍କ ଆଗରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।”

Gade chapit la Kopi




ମଲାଖୀ 2:9
30 Referans Kwoze  

ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତକାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ,’ ମାତ୍ର ଏବେ ସଦାପ୍ରଭୁ କହନ୍ତି, ‘ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁ ଜ୍ଞାନ କରାଯିବେ।


ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ୱରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି କଠିନ ହୁଏ, ତାହା ତୁମ୍ଭେମାନେ ମୋʼ ନିକଟକୁ ଆଣିବ, ମୁଁ ତାହା ଶୁଣିବି।”


ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,


କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ବରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ।


କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ?


ମାତ୍ର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ବିପଥଗମନ କରିଅଛ ଓ ଅନେକଙ୍କୁ ବ୍ୟବସ୍ଥା ପଥରେ ଝୁଣ୍ଟାଇ ଅଛ; ତୁମ୍ଭେମାନେ ଲେବୀର ନିୟମ ଭ୍ରଷ୍ଟ କରିଅଛ।


ମଧ୍ୟ ଆମ୍ଭେ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବା ଓ ଆମ୍ଭ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବା, ସେମାନେ ମୃଗୟାକୃତ ହେବା ନିମନ୍ତେ, ଆଉ ତୁମ୍ଭମାନଙ୍କ ହସ୍ତଗତ ହେବେ ନାହିଁ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


ତହିଁରେ ମୀଖାୟ କହିଲା, “ଯଦି ତୁମ୍ଭେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”


ଦେଖ, ଆମ୍ଭେ ତୁମ୍ଭମାନଙ୍କ ସନ୍ତାନଗଣଙ୍କୁ ଧମକାଇବା ଓ ତୁମ୍ଭମାନଙ୍କ ମୁଖରେ ମଳ, ଅର୍ଥାତ୍‍, ତୁମ୍ଭମାନଙ୍କ ବଳିସକଳର ମଳ ପ୍ରସାରିବା; ଆଉ, ତୁମ୍ଭେମାନେ ତହିଁ ସଙ୍ଗେ ନୀତ ହେବ।


ଧାର୍ମିକର ସ୍ମରଣ ଧନ୍ୟ, ମାତ୍ର ଦୁଷ୍ଟର ନାମ ପଚିଯିବ।


ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ; ତହିଁରେ ସେମାନେ ଭବିଷ୍ୟଦ୍‍ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ; ମାତ୍ର ଯାଜକର ବ୍ୟବସ୍ଥା-ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ।


ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍‍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, “ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।”


ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ ଉପହାସର ବିଷୟ କରିବା।


ବିନୟ କରୁଅଛି, ମୋତେ କୌଣସି ଲୋକର ମୁଖାପେକ୍ଷା କରିବାକୁ ଦିଅ ନାହିଁ; କିଅବା ମୁଁ କୌଣସି ଲୋକର ଚାଟୁବାଦ କରିବି ନାହିଁ।


ମନୁଷ୍ୟ ଆପଣା ସୁବୁଦ୍ଧି ଅନୁସାରେ ପ୍ରଶଂସା ପାଇବ, ମାତ୍ର ଯାହାର କୁଟିଳ ଅନ୍ତଃକରଣ, ସେ ତୁଚ୍ଛୀକୃତ ହେବ।


Swiv nou:

Piblisite


Piblisite