Biblia Todo Logo
Bib sou entènèt

- Piblisite -




ମଲାଖୀ 2:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତୁମ୍ଭେମାନେ ମଧ୍ୟ ଏହି କର୍ମ କରୁଅଛ; ତୁମ୍ଭେମାନେ ଲୋତକରେ, ରୋଦନରେ ଓ ଆର୍ତ୍ତସ୍ୱରରେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ଏପରି ଆଚ୍ଛନ୍ନ କରୁଅଛ, କାରଣ ସେ ଆଉ ତୁମ୍ଭର ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିଅବା ତୁଷ୍ଟ ହୋଇ ତୁମ୍ଭମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁନର୍ବାର ତୁମ୍ଭେମାନେ ଏହି କର୍ମ କରୁଅଛ; ତୁମ୍ଭେମାନେ ଲୋତକରେ, ରୋଦନରେ ଓ ଆର୍ତ୍ତସ୍ଵରରେ ସଦାପ୍ରଭୁଙ୍କ ଯଜ୍ଞବେଦିକି ଏପରି ଆଚ୍ଛନ୍ନ କରୁଅଛ ଯେ, ସେ ଆଉ ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିଅବା ତୁଷ୍ଟ ହୋଇ ତୁମ୍ଭମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

13 ତୁମ୍ଭେମାନେ ମଧ୍ୟ ଏହି କର୍ମ କରୁଅଛ; ତୁମ୍ଭେମାନେ ଲୋତକରେ, ରୋଦନରେ ଓ ଆର୍ତ୍ତସ୍ୱରରେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ଏପରି ଆଚ୍ଛନ୍ନ କରୁଅଛ , କାରଣ ସେ ଆଉ ତୁମ୍ଭର ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିଅବା ତୁଷ୍ଟ ହୋଇ ତୁମ୍ଭମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ

13 ଏପରିକି ଯଦି ତୁମ୍ଭେମାନେ ପୁଣି ଯଜ୍ଞବେଦି ତୁମ୍ଭ ଲୁହରେ ବୁଡ଼ାଇ ଦେବାକୁ ଚେଷ୍ଟା କର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷରେ ସେ ଖୁସୀ ହେବେ ନାହିଁ।

Gade chapit la Kopi




ମଲାଖୀ 2:13
15 Referans Kwoze  

ସେମାନେ ଉପବାସ କଲେ, ଆମ୍ଭେ ସେମାନଙ୍କର କାତରୋକ୍ତି ଶୁଣିବା ନାହିଁ; ପୁଣି, ସେମାନେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ, ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ନାହିଁ; ମାତ୍ର ଆମ୍ଭେ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।”


ଶିବା ଦେଶରୁ କୁନ୍ଦୁରୁ ଓ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ? ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ, କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।


ଏଥିଉତ୍ତାରେ ମୁଁ ଫେରି ସୂର୍ଯ୍ୟ ତଳେ କୃତ ଅତ୍ୟାଚାର ସବୁ ଦେଖିଲି; ଆଉ ଦେଖ, ଅତ୍ୟାଚାରପ୍ରାପ୍ତ ଲୋକମାନଙ୍କର ଅଶ୍ରୁପାତ ହୁଏ, ଓ ସେମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ; ପୁଣି, ସେମାନଙ୍କ ଉପଦ୍ରବକାରୀମାନଙ୍କ ପକ୍ଷରେ ପରାକ୍ରମ ଅଛି, ମାତ୍ର ଉପଦ୍ରବପ୍ରାପ୍ତ ଲୋକମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ।


ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ; ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର।


ମୁଁ ଆପଣା ଶୋକ ସମୟରେ ତହିଁରୁ କିଛି ଭୋଜନ କରି ନାହିଁ, ଅବା ଅଶୁଚି ହୋଇ ତହିଁରୁ କିଛି ରଖି ନାହିଁ, କିଅବା ମୃତ ଲୋକ ଉଦ୍ଦେଶ୍ୟରେ ତହିଁରୁ କିଛି ଦେଇ ନାହିଁ। ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ କରିଅଛି, ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେହି ସମସ୍ତ ମୁଁ କରିଅଛି।


“ସପ୍ତମ ବର୍ଷ, ଋଣକ୍ଷମାର ବର୍ଷ ନିକଟବର୍ତ୍ତୀ,” ଏହା କହି ଯେପରି ତୁମ୍ଭ ହୃଦୟରେ ମନ୍ଦ ଚିନ୍ତା ନ ହୁଏ ଓ ତୁମ୍ଭ ଦରିଦ୍ର ଭାଇ ପ୍ରତି ତୁମ୍ଭର କୁଦୃଷ୍ଟି ହେବା ସକାଶୁ ତୁମ୍ଭେ ତାହାକୁ କିଛି ନ ଦିଅ, ଏ ବିଷୟରେ ସାବଧାନ ହୁଅ; କାରଣ ସେ ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକ ପକାଇଲେ, ତୁମ୍ଭର ପାପ ହେବ।


ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ଆଣିଲେ ତାହା କେତେ ଅଧିକ ଘୃଣିତ।


ଏହେତୁ ତୁମ୍ଭେ ଏହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ ଉଚ୍ଚ ଆର୍ତ୍ତସ୍ୱର ଅବା ପ୍ରାର୍ଥନା କର ନାହିଁ, କାରଣ ସେମାନେ ଆପଣାମାନଙ୍କର ବିପଦ ସକାଶୁ ଆମ୍ଭ ନିକଟରେ ଆର୍ତ୍ତସ୍ୱର କଲା ବେଳେ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।


ଏଥିଉତ୍ତାରେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟାଗଣ ସ୍ୱର ଉତ୍ତୋଳନ କଲେ।


ଆଃ, ତୁମ୍ଭେମାନେ ଯେପରି ବୃଥାରେ ଆମ୍ଭ ଯଜ୍ଞବେଦି ଉପରେ ଅଗ୍ନି ଜ୍ୱଳାଇ ନ ପାରିବ, ଏଥିପାଇଁ କବାଟ ବନ୍ଦ କରିବାକୁ ଯଦି ତୁମ୍ଭମାନଙ୍କ ମଧ୍ୟରେ ଜଣେ ଥାଆନ୍ତା! ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କଠାରେ ଆମ୍ଭର କିଛି ସନ୍ତୋଷ ନାହିଁ, ଆଉ ତୁମ୍ଭମାନଙ୍କ ହସ୍ତରୁ ଆମ୍ଭେ ନୈବେଦ୍ୟ ଗ୍ରହଣ କରିବା ନାହିଁ।


Swiv nou:

Piblisite


Piblisite