Biblia Todo Logo
Bib sou entènèt

- Piblisite -




ମଲାଖୀ 2:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟ କ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଯିହୁଦା ବିଶ୍ଵାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟକ୍ରିୟା କରାଯାଏ; କାରଣ ସଦାପ୍ରଭୁଙ୍କର ପ୍ରିୟ ଯେଉଁ ପବିତ୍ରତା, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି।

Gade chapit la Kopi

ଓଡିଆ ବାଇବେଲ

11 ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟକ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି।

Gade chapit la Kopi

ପବିତ୍ର ବାଇବଲ

11 ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ।

Gade chapit la Kopi




ମଲାଖୀ 2:11
27 Referans Kwoze  

କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ।


ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି; ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି।


ପୁଣି, କେହି କେହି ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ପୁଣି, ଅନ୍ୟ କେହି କେହି ଲମ୍ପଟତାପୂର୍ବକ ଆପଣା ପୁତ୍ରବଧୂକୁ ଅଶୁଚି କରିଅଛନ୍ତି; ଆଉ, ତୁମ୍ଭ ମଧ୍ୟରେ ଅନ୍ୟ କେହି କେହି ଆପଣା ଆପଣା ଭଗିନୀକୁ, ଆପଣା ପିତାର କନ୍ୟାକୁ ବଳାତ୍କାର କରିଅଛନ୍ତି।


ଘୃଣାଯୋଗ୍ୟ କ୍ରିୟା କରିଅଛି, ସୁଧ ପାଇଁ ଋଣ ଦେଇଅଛି ଓ ବୃଦ୍ଧି ଗ୍ରହଣ କରିଅଛି, ସେ କି ବଞ୍ଚିବ? ସେ ବଞ୍ଚିବ ନାହିଁ, ସେ ଏହିସବୁ ଘୃଣାଯୋଗ୍ୟ କ୍ରିୟା କରିଅଛି; ସେ ନିଶ୍ଚୟ ମରିବ, ତାହାର ରକ୍ତ ତାହାର ଉପରେ ବର୍ତ୍ତିବ।


ତହୁଁ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ମଧ୍ୟକୁ ଆସି ଆମ୍ଭ ସମ୍ମୁଖରେ ଠିଆ ହେବ, ଆଉ କହିବ, ‘ଆମ୍ଭେମାନେ ଉଦ୍ଧାର ପାଇଲୁ;’ ଯେପରି ଏହିସବୁ ଘୃଣାଯୋଗ୍ୟ କର୍ମ କରି ପାରୁ?


ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହାଙ୍କ ଆୟର ପ୍ରଥମ ଫଳ ସ୍ୱରୂପ ଥିଲା। ଯେଉଁମାନେ ତାହାକୁ ଗ୍ରାସ କରନ୍ତି, ସେସମସ୍ତେ ଦୋଷୀ ଗଣାଯିବେ; ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ,” ଏହା ସଦାପ୍ରଭୁ କହନ୍ତି।


ଆହୁରି, ସେମାନେ ବାଲ୍‍-ପିୟୋର ପ୍ରତି ଆସକ୍ତ ହେଲେ ଓ ମୃତମାନଙ୍କର ବଳି ଭୋଜନ କଲେ।


ଏଥିରେ ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏହି ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି।


ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭେମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ।’ ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ।


ପୁଣି ସେମାନେ ସେମାନଙ୍କ କନ୍ୟାଗଣଙ୍କୁ ଆପଣାମାନଙ୍କର ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣଙ୍କୁ ବିବାହ କରିବା ନିମନ୍ତେ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ।


କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।


ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ; କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ଆଉ, ତୁମ୍ଭେମାନେ ଯେପରି ଆମ୍ଭର ହେବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛୁ।


ମଲାଖିଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଘୋଷଣା।


ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି, ଏହା ସଦାପ୍ରଭୁ କହନ୍ତି।”


Swiv nou:

Piblisite


Piblisite