Biblia Todo Logo
Bib sou entènèt

- Piblisite -




ମଲାଖୀ 1:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ, ପରମେଶ୍ୱର ଯେପରି ଆମ୍ଭମାନଙ୍କ ପ୍ରତି ଦୟାଳୁ ହେବେ, ଏଥିପାଇଁ ତାହାଙ୍କର ଅନୁଗ୍ରହ ପ୍ରାର୍ଥନା କରୁଅଛ; ମାତ୍ର ତୁମ୍ଭମାନଙ୍କ ଏପରି ଆଚରଣ ଦେଖି ସେ କʼଣ ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ? ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ, ଏବେ ମୁଁ ବିନତି କରେ, ପରମେଶ୍ଵର ଯେପରି ଆମ୍ଭମାନଙ୍କ ପ୍ରତି ଦୟାଳୁ ହେବେ, ଏଥିପାଇଁ ତାହାଙ୍କର ଅନୁଗ୍ରହ ପ୍ରାର୍ଥନା କର; ଏହା ତୁମ୍ଭମାନଙ୍କ କାର୍ଯ୍ୟ ଦ୍ଵାରା ହୋଇଅଛି; ସେ କʼଣ ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରାହ୍ୟ କରିବେ? ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

9 “ଆଉ, ପରମେଶ୍ୱର ଯେପରି ଆମ୍ଭମାନଙ୍କ ପ୍ରତି ଦୟାଳୁ ହେବେ, ଏଥିପାଇଁ ତାହାଙ୍କର ଅନୁଗ୍ରହ ପ୍ରାର୍ଥନା କରୁଅଛ; ମାତ୍ର ତୁମ୍ଭମାନଙ୍କ ଏପରି ଆଚରଣ ଦେଖି ସେ କ’ଣ ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ ?” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi

ପବିତ୍ର ବାଇବଲ

9 “ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହେବେ। ଏହା ତୁମ୍ଭର ଭୁଲ୍ ଯୋଗୁଁ ହୋଇଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ?” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ।

Gade chapit la Kopi




ମଲାଖୀ 1:9
15 Referans Kwoze  

ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର;


ମାତ୍ର ଯଦି ସେମାନେ ଭବିଷ୍ୟଦ୍‍ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ଯଦି ସେମାନଙ୍କଠାରେ ଥାଏ, ତେବେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଯେସକଳ ପାତ୍ର ଅବଶିଷ୍ଟ ଅଛି, ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ବିନତି କରନ୍ତୁ।


ତହିଁରେ ମୋଶା ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ନିବେଦନ କରି କହିଲେ, “ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଲୋକମାନଙ୍କୁ ଆପଣା ମହାପରାକ୍ରମ ଓ ବାହୁ ବଳରେ ମିସର ଦେଶରୁ ବାହାର କରି ଆଣିଅଛ, ସେମାନଙ୍କ ପ୍ରତିକୂଳରେ ତୁମ୍ଭର କ୍ରୋଧ କାହିଁକି ପ୍ରଜ୍ୱଳିତ ହେବ?


କାରଣ ଈଶ୍ବରଙ୍କ ନିକଟରେ ମୁଖାପେକ୍ଷା ନାହିଁ।


ଈଶ୍ବର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ବରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାହାର କଥା ଶୁଣନ୍ତି।


ଯିହୁଦାର ରାଜା ହିଜକୀୟ ଓ ଯିହୁଦାର ଲୋକ ସମସ୍ତେ କʼଣ ତାହାଙ୍କୁ କୌଣସିମତେ ବଧ କରିଥିଲେ? ହିଜକୀୟ କʼଣ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ ନାହିଁ? ତହିଁରେ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ କʼଣ କ୍ଷାନ୍ତ ନୋହିଲେ? ଆମ୍ଭେମାନେ ଆପଣା ଆପଣା ପ୍ରାଣର ପ୍ରତିକୂଳରେ ଭାରୀ ଅମଙ୍ଗଳ କରୁଅଛୁ।”


ବରଣ୍ଡା ଓ ବେଦିର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ, ଆଉ ସେମାନେ କହନ୍ତୁ, “ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟା କର ଓ ଅନ୍ୟ ଦେଶୀୟମାନେ ଯେପରି ସେମାନଙ୍କ ଉପରେ ଶାସନ ନ କରିବେ, ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ; ‘ସେମାନଙ୍କର ପରମେଶ୍ୱର କାହାନ୍ତି,’ ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ?”


ଉଠ, ରାତ୍ରିରେ, ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳିଦିଅ; ତୁମ୍ଭର ବାଳକ ବାଳିକାଗଣର ପ୍ରାଣରକ୍ଷାର୍ଥେ ତାହାଙ୍କ ଛାମୁରେ କୃତାଞ୍ଜଳି ହୁଅ, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ କ୍ଷୁଧାରେ କ୍ଳାନ୍ତ ହେଉଅଛନ୍ତି।


ଏଉତ୍ତାରେ ଲେବୀୟ ଯାଜକମାନେ ଉଠି ଲୋକମାନଙ୍କୁ ଆଶୀର୍ବାଦ କଲେ; ପୁଣି ସେମାନଙ୍କ ରବରେ ମନୋଯୋଗ କରାଗଲା ଓ ସେମାନଙ୍କ ପ୍ରାର୍ଥନା ତାହାଙ୍କ ପବିତ୍ର ବାସସ୍ଥାନ ସ୍ୱର୍ଗ ପର୍ଯ୍ୟନ୍ତ ପ୍ରବେଶ କଲା।


ତଥାପି ସଦାପ୍ରଭୁ କହନ୍ତି, “ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।


ହଁ, ତୁମ୍ଭେମାନେ ଆମ୍ଭ ନିକଟରେ ତୁମ୍ଭମାନଙ୍କର ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ମଧ୍ୟ ଆମ୍ଭେ ତାହା ଗ୍ରାହ୍ୟ କରିବା ନାହିଁ; କିଅବା ମଙ୍ଗଳାର୍ଥକ ବଳିରୂପ ତୁମ୍ଭମାନଙ୍କର ପୁଷ୍ଟ ପଶୁଗଣ ପ୍ରତି ଦୃଷ୍ଟି କରିବା ନାହିଁ।


Swiv nou:

Piblisite


Piblisite