Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:59 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

59 ପୁଣି, ସେ ଆଉ ଜଣକୁ କହିଲେ, “ମୋହର ଅନୁଗମନ କର।” କିନ୍ତୁ ସେ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

59 ପୁଣି, ସେ ଆଉ ଜଣଙ୍କୁ କହିଲେ, ମୋହର ଅନୁଗମନ କର। କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।

Gade chapit la Kopi

ଓଡିଆ ବାଇବେଲ

59 ପୁଣି, ସେ ଆଉ ଜଣକୁ କହିଲେ, ମୋହର ଅନୁସରଣ କର । କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

59 ସେ ଆଉ ଜଣେ ଲୋକକୁ କହିଲେ, “ମୋର ଅନୁଗମନ କର।” କିନ୍ତୁ ସେ ଲୋକଟି କହିଲା, “ଗୁରୁ! ମୋର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରି ତାଙ୍କୁ କବର ଦେବା ଯାଏ ମୋତେ ସମୟ ଦିଅନ୍ତୁ।”

Gade chapit la Kopi

ପବିତ୍ର ବାଇବଲ

59 ତା'ପରେ ଯୀଶୁ ଆଉ ଜଣକୁ କହିଲେ, “ମୋର ଅନୁସରଣ କର।” କିନ୍ତୁ ସେହି ଲୋକଟି କହିଲା, “ପ୍ରଭୁ, ମୋତେ ପ୍ରଥମେ ଯାଇ ମୋ’ ବାପାଙ୍କୁ କବର ଦେବାକୁ ଅନୁମତି ଦିଅନ୍ତୁ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 9:59
8 Referans Kwoze  

ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ।


କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।


ତହିଁରେ ସେ ବଳଦ ଛାଡ଼ି ଏଲୀୟଙ୍କ ପଛେ ଦୌଡ଼ି ତାଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପିତା ଓ ମାତାଙ୍କୁ ଚୁମ୍ବନ ଦେବା ପାଇଁ ଅନୁମତି ଦେଉନ୍ତୁ, ତହିଁ ଉତ୍ତାରେ ମୁଁ ଆପଣଙ୍କ ପଛେ ଯିବି।” ତହୁଁ ଏଲୀୟ ତାଙ୍କୁ କହିଲେ, “ଫେରିଯାଅ; କିନ୍ତୁ ଚିନ୍ତା କର ଆମ୍ଭେ ତୁମ୍ଭର କଅଣ କଲୁ।”


“ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ଓ ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇ ନାହିଁ।”


ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।


ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”


Swiv nou:

Piblisite


Piblisite