Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:31 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହୁଥିଲେ।

Gade chapit la Kopi

ଓଡିଆ ବାଇବେଲ

31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

31 ସେମାନେ ସ୍ୱର୍ଗୀୟ ଗୌରବରେ ପରିପୂର୍ଣ୍ଣ ଥିଲେ। ଯିରୂଶାଲମରେ ମୃତ୍ୟୁ ଭୋଗ କରିବା ଦ୍ୱାରା ଯୀଶୁ କିପରି ଶୀଘ୍ର ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିବେ, ସେ ବିଷୟରେ ସେମାନେ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ

31 ସେମାନଙ୍କ ଚେହେରା ମଧ୍ୟ ଝଲକୁ ଥିଲା। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମରେ ଘଟିବାକୁ ଥିବା ତାହାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା ହେଉଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 9:31
14 Referans Kwoze  

ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ।


ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।


ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ।


ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।


ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।


କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ; ଯେଣୁ ପ୍ରଭୁ ଯିଏ ଆତ୍ମା ଅଟନ୍ତି, ତାହାଙ୍କଠାରୁ ଏହିସବୁ ହେଉଅଛି।


ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି।


“ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ପୁନରୁତ୍ଥାନ ନିଶ୍ଚୟ ହେବ।”


ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;


ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।


Swiv nou:

Piblisite


Piblisite