Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:48 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଝିଅ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

48 ସେଥିରେ ସେ ତାହାକୁ କହିଲେ, ବତ୍ସେ, ତୋହର ବିଶ୍ଵାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା।

Gade chapit la Kopi

ଓଡିଆ ବାଇବେଲ

48 ସେଥିରେ ଯୀଶୁ ତାହାଙ୍କୁ କହିଲେ, ଝିଅ, ତୋହର ବିଶ୍ୱାସ ତତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

48 ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ଶାନ୍ତିରେ ଚାଲିଯା।”

Gade chapit la Kopi

ପବିତ୍ର ବାଇବଲ

48 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 8:48
15 Referans Kwoze  

କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।”


କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, “ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି।” ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।


କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ।


ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ,


ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”


ତହିଁରେ ଯୀଶୁ ତାହାକୁ କହିଲେ, “ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇରହ।”


“ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି।”


ଯୀଶୁ ତାହାକୁ କହିଲେ, “ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”


ଆଉ ଯୀଶୁ ଶତ-ସେନାପତିଙ୍କୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ସେହିକ୍ଷଣି ଦାସଟି ସୁସ୍ଥ ହେଲା।


ତହିଁରେ ଏଲି ଉତ୍ତର ଦେଇ କହିଲେ, “କୁଶଳରେ ଯାଅ; ଯାହା ତୁମ୍ଭେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ସେହି ନିବେଦନ ଅନୁସାରେ ତୁମ୍ଭକୁ ଦେଉନ୍ତୁ।”


ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, “ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରିଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ।” ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲେ, “କୁଶଳରେ ଯାଅ।”


ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।


ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।”


ତହିଁରେ ଇଲୀଶାୟ ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ନାମାନ୍‍ ଇଲୀଶାୟଙ୍କ ନିକଟରୁ ପ୍ରସ୍ଥାନ କରି ଅଳ୍ପ ଦୂର ବାଟ ଗଲା।


ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା।


Swiv nou:

Piblisite


Piblisite