Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:39 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ମାତ୍ର ସେ ତାହାଙ୍କୁ ବିଦାୟ କରି କହିଲେ, “ତୁମ୍ଭ ଘରକୁ ଫେରିଯାଅ, ପୁଣି, ଈଶ୍ବର ତୁମ୍ଭ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି ସେହିସବୁ ବର୍ଣ୍ଣନା କର।” ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ମାତ୍ର ସେ ତାହାକୁ ବିଦାୟ କରି କହିଲେ, ତୁମ୍ଭ ଘରକୁ ବାହୁଡ଼ିଯାଅ, ପୁଣି ଈଶ୍ଵର ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି, ସେହିସବୁ ବର୍ଣ୍ଣନା କର। ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେ ଯେ କର୍ମ କରିଥିଲେ, ସେହିସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା।

Gade chapit la Kopi

ଓଡିଆ ବାଇବେଲ

39 ମାତ୍ର ସେ ତାହାଙ୍କୁ ବିଦାୟ କରି କହିଲେ, ତୁମ୍ଭ ଘରକୁ ଫେରିଯାଅ, ପୁଣି, ଈଶ୍ୱର ତୁମ୍ଭ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି ସେହି ସବୁ ବର୍ଣ୍ଣନା କର । ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହି ସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 କିନ୍ତୁ ଯୀଶୁ ତାକୁ ପଠାଇ ଦେଇ କହିଲେ, “ଘରକୁ ଫେରି ଯାଅ, ଈଶ୍ୱର ତୁମ ପ୍ରତି ଯାହା କରିଛନ୍ତି, ତାହା ଜଣାଅ।” ସେ ଫେରିଯାଇ ଯୀଶୁ ତା’ ପାଇଁ କରିଥିବା କାର୍ଯ୍ୟ ସହର ସାରା ସମସ୍ତଙ୍କୁ କହି ବୁଲିଲା।

Gade chapit la Kopi

ପବିତ୍ର ବାଇବଲ

39 “ଘରକୁ ଫେରିଯାଅ। ପରମେଶ୍ୱର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।” ତେଣୁ ଲୋକଟି ଫେରିଗଲା ଓ ଯୀଶୁ ତା’ ପାଇଁ ଯାହା କରିଥିଲେ, ତାହା ନଗର ସାରା ସମସ୍ତଙ୍କୁ କହି ବୁଲିଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:39
13 Referans Kwoze  

କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ।


ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା?


ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହି ସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି।


କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।


ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ, ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ ବର୍ଣ୍ଣନା କରିବି।


ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା।


କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, “ତୁମ୍ଭର ଗୃହକୁ, ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି, ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହିସବୁ ସେମାନଙ୍କୁ ଜଣାଅ।”


କିନ୍ତୁ ଯେଉଁ ଲୋକଠାରୁ ଭୂତଗୁଡ଼ାକ ବାହାରିଯାଇଥିଲେ, ସେ ଯୀଶୁଙ୍କ ସାଙ୍ଗରେ ରହିବା ନିମନ୍ତେ ନିବେଦନ କରିବାକୁ ଲାଗିଲା;


ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ।


Swiv nou:

Piblisite


Piblisite