Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:33 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 କାରଣ ବାପ୍ତିଜକ ଯୋହନ ଆସି ରୋଟୀ ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ,ସେ ଭୂତଗ୍ରସ୍ତ।

Gade chapit la Kopi

ଓଡିଆ ବାଇବେଲ

33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ସେ ଭୂତଗ୍ରସ୍ତ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

33 ଦୀକ୍ଷାଦାତା ଯୋହନ ଉପବାସ କରୁଥିଲେ, ସୁରାପାନ କରୁ ନ ଥିଲେ; ତୁମ୍ଭେମାନେ କହିଲ, ସେ ଭୂତଗ୍ରସ୍ତ।

Gade chapit la Kopi

ପବିତ୍ର ବାଇବଲ

33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’

Gade chapit la Kopi




ଲୂକ ଲିଖିତ ସୁସମାଚାର 7:33
12 Referans Kwoze  

ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,


ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ।


କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି।


ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ?


ଯିହୁଦୀ ଲୋକମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ।


ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କଅଣ ଆମ୍ଭେମାନେ ଠିକ୍ କହୁ ନାହୁଁ?


ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।


ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ।”


ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦିୟା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,


ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ‘ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି।’


ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ‘ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।’


Swiv nou:

Piblisite


Piblisite