Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ, ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ଲାଗିଅଛି; ଅତଏବ, ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।

Gade chapit la Kopi

ଓଡିଆ ବାଇବେଲ

9 ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ବୃକ୍ଷଗୁଡ଼ିକୁ ମୂଳରୁ କାଟି ପକାଇବା ପାଇଁ କୁରାଢ଼ୀ ପ୍ରସ୍ତୁତ; ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ପ୍ରତ୍ୟେକ ବୃକ୍ଷ କଟାଯାଇ ଅଗ୍ନିରେ ନିକ୍ଷେପ କରାଯିବ।”

Gade chapit la Kopi

ପବିତ୍ର ବାଇବଲ

9 ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 3:9
14 Referans Kwoze  

ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ।


କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ।


ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’”


ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି?


ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।


କାରଣ ଆମ୍ଭମାନଙ୍କର ଈଶ୍ବର ଗ୍ରାସକାରୀ ଅଗ୍ନି ସ୍ୱରୂପ।


ପୁଣି, ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର; ତଥାପି ଭୂମିରେ ତହିଁର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ; ଆଉ, ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ କାଳ ବହିଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ।


ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ‘ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖାସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ପକାଅ ଓ ଫଳସବୁ ବିଞ୍ଚି ଦିଅ; ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଉନ୍ତୁ।


ଏହିରୂପେ ତୁମ୍ଭେ ଐଶ୍ୱର୍ଯ୍ୟରେ ଓ ମହତ୍ତ୍ୱରେ ଏଦନସ୍ଥ ବୃକ୍ଷସମୂହର ମଧ୍ୟରେ କାହାର ତୁଲ୍ୟ? ତଥାପି ତୁମ୍ଭେ ଏଦନସ୍ଥ ବୃକ୍ଷଗଣର ସହିତ ଅଧୋଭୁବନକୁ ଅଣାଯିବ; ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ୍ଗହତ ଲୋକମାନଙ୍କ ସହିତ ଶୟନ କରିବ। ଏହି ଫାରୋ ଓ ତାହାର ସମସ୍ତ ଲୋକ ଏପରି ଅଟନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”


କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;


ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, “ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରିବୃକ୍ଷ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ।


Swiv nou:

Piblisite


Piblisite