Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 15:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲା, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଗୋଲାମ ପରି ଖଟିଆସିଅଛି, ପୁଣି କେବେ ହେଲେ ତୁମ୍ଭର ଆଜ୍ଞା ଲଙ୍ଘନ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେ ହେଲେ ଛେଳିଛୁଆଟିଏ ସୁଦ୍ଧା ଦେଇ ନାହଁ;

Gade chapit la Kopi

ଓଡିଆ ବାଇବେଲ

29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

29 କିନ୍ତୁ ସେ ବାପାଙ୍କୁ ଉତ୍ତର ଦେଲା, ‘ଦେଖ, ବର୍ଷ ବର୍ଷ ଧରି ମୁଁ ତୁମର କ୍ରୀତଦାସ ବରି କାର୍ଯ୍ୟ କରୁଛି ଓ କେବେହେଲେ ତୁମର ଆଦେଶ ଅମାନ୍ୟ କରି ନାହିଁ। ତୁମେ ମୋତେ କ’ଣ ଦେଇଛ? ମୋର ବନ୍ଧୁମାନଙ୍କ ସହିତ ଭୋଜି କରିବା ପାଇଁ ମୋତେ ଛେଳିଟିଏ ସୁଦ୍ଧା ଦେଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ

29 ବଡ଼ ପୁଅ ବାପାଙ୍କୁ କହିଲା, ‘ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମୋ’ ପାଇଁ ଛେଳିଟିଏ ମଧ୍ୟ କେବେ ମାରି ନାହଁ। ତୁମ୍ଭେ ମୋ’ ପାଇଁ ଓ ମୋ’ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇ ନାହଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 15:29
23 Referans Kwoze  

ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଗ୍ନ, ଏହା ଜାଣ ନାହିଁ;


ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ସ୍ବର୍ଗୀୟ ଭୋଜନ ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ ପ୍ରସ୍ତର ତାହାକୁ ଦେବୁ।”


ଯେଣୁ ଈଶ୍ବରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ବରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାନ୍ତି।


ଆଉ, ମୁଁ ଏ କ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି;


କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି।


ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,


ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”


ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।”


‘ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।’


ତୁମ୍ଭେମାନେ କହିଅଛ, ‘ପରମେଶ୍ୱରଙ୍କର ସେବା କରିବାରେ କି ଲାଭ? ଆଉ, ଆମ୍ଭେମାନେ ଯେ ତାହାଙ୍କର ଅାଜ୍ଞା ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଅନୁତପ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ?


ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହର ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଏହି କଥା ପଚାରିଲେ, ସେମାନେ କହିଲେ, “ମୁଁ ଏତେ ବର୍ଷ ଯାଏ ଯେପରି କରି ଆସିଅଛି, ସେପରି ମୁଁ କି ପଞ୍ଚମ ମାସରେ ଆପଣାକୁ ଉପବାସ କରି ବିଳାପ କରିବି?”


ସେମାନେ କହନ୍ତି, ସ୍ୱ ସ୍ଥାନରେ ଛିଡ଼ା ହୁଅ, “ଆମ୍ଭ ନିକଟକୁ ଆସ ନାହିଁ, କାରଣ ଆମ୍ଭେ ତୁମ୍ଭ ଅପେକ୍ଷା ପବିତ୍ର;” ଏମାନେ ଆମ୍ଭ ନାସିକାରେ ଧର୍ମସ୍ୱରୂପ, ସାରାଦିନ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।


ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା। କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ୱାରା? ନା, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା।


କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ।


ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ।


କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ହୃଷ୍ଟ ପୃଷ୍ଟ ପଶୁଟି ମାରିଲ।


Swiv nou:

Piblisite


Piblisite