Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 12:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଛି। ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ।

Gade chapit la Kopi

ଓଡିଆ ବାଇବେଲ

7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଛି । ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଏପରିକି ତୁମର ମସ୍ତକର ସମସ୍ତ କେଶ ସୁଦ୍ଧା ଗଣା ଯାଇଛି। ତେଣୁ ଭୟ କର ନାହିଁ; ଅନେକ ଘରଚଟିଆଙ୍କ ଅପେକ୍ଷା ତୁମ୍ଭମାନଙ୍କର ମୂଲ୍ୟ ଯଥେଷ୍ଟ ଅଧିକ!

Gade chapit la Kopi

ପବିତ୍ର ବାଇବଲ

7 ହଁ, ତୁମ୍ଭମାନଙ୍କ ମୁଣ୍ଡରେ କେତେ ଗୋଟି ବାଳ ଅଛି, ତାହା ମଧ୍ୟ ପରମେଶ୍ୱର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ୟ ଅନେକ ଚଢ଼େଇଙ୍କ ଅପେକ୍ଷା ବହୁତ ଅଧିକ।

Gade chapit la Kopi




ଲୂକ ଲିଖିତ ସୁସମାଚାର 12:7
10 Referans Kwoze  

ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?


କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;


ତହିଁରେ ସେ ସ୍ତ୍ରୀ କହିଲେ, “ରକ୍ତର ପ୍ରତିହନ୍ତା (ନାଶକ) ଯେପରି ଆଉ ବିନାଶ ନ କରେ, ଏଥିପାଇଁ ମହାରାଜ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ, ନୋହିଲେ, ସେମାନେ ମୋʼ ପୁତ୍ରକୁ ଉଚ୍ଛିନ୍ନ କରିବେ।” ତହୁଁ ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭ ପୁତ୍ରର ଏକ କେଶ ହିଁ ତଳେ ପଡ଼ିବ ନାହିଁ।”


ଏଥିରେ ଲୋକମାନେ ଶାଉଲଙ୍କୁ କହିଲେ, “ଇସ୍ରାଏଲ ମଧ୍ୟରେ ଯେ ଏହି ମହା ଉଦ୍ଧାର ସାଧନ କରିଅଛି, ସେହି ଯୋନାଥନ କʼଣ ମରିବ? ଏହା ଦୂରେ ଥାଉ; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତାହାର ମସ୍ତକର ଗୋଟିଏ କେଶ ହିଁ ତଳେ ପଡ଼ିବ ନାହିଁ; କାରଣ, ସେ ଆଜି ପରମେଶ୍ୱରଙ୍କ ସହିତ କର୍ମ କରିଅଛି;” ଏହିରୂପେ ଲୋକମାନେ ଯୋନାଥନକୁ ମୁକ୍ତ କରିବାରୁ ତାହାର ମୃତ୍ୟୁୁ ହେଲା ନାହିଁ।


ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ।


ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ;


ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାର ଦିନରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ।


ଓ ଆକାଶର ପକ୍ଷୀଗଣ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଜ୍ଞାନବାନ କରନ୍ତି, ଏପରି ମୋହର ସୃଷ୍ଟିକର୍ତ୍ତା ପରମେଶ୍ୱର କାହାନ୍ତି?’ ଏହା କେହି ନ କହେ।


Swiv nou:

Piblisite


Piblisite