Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ମାତ୍ର ଯଦି ସେହି ଉପହାର ବଳି ତାହାର ମାନତ ବା ସ୍ୱେଚ୍ଛାଦତ୍ତ ନୈବେଦ୍ୟ ହୁଏ, ତେବେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନରେ ତାହା ଭୋଜନ କରାଯିବ; ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ, ତାହା ଆରଦିନ ପ୍ରାତଃକାଳରେ ଭୋଜନ କରାଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ମାତ୍ର ଯେବେ ସେହି ଉପହାର ବଳି ତାହାର ମାନତ ବା ସ୍ଵେଚ୍ଛାଦତ୍ତ ଉପହାର ହୁଏ, ତେବେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନରେ ତାହା ଭୋଜନ କରାଯିବ; ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ, ତାହା ଆରଦିନ ପ୍ରାତଃକାଳରେ ଭୋଜନ କରାଯିବ।

Gade chapit la Kopi

ଓଡିଆ ବାଇବେଲ

16 ମାତ୍ର ଯଦି ସେହି ଉପହାର ବଳି ତାହାର ମାନତ ବା ସ୍ୱେଚ୍ଛାଦତ୍ତ ନୈବେଦ୍ୟ ହୁଏ, ତେବେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନରେ ତାହା ଭୋଜନ କରାଯିବ; ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ, ତାହା ଆରଦିନ ପ୍ରାତଃକାଳରେ ଭୋଜନ କରାଯିବ।

Gade chapit la Kopi

ପବିତ୍ର ବାଇବଲ

16 “ମାତ୍ର ଯଦି ସେହି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ୱେଚ୍ଛାଦତ୍ତ ଉପହାର ହୁଏ। ତେବେ ସେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳରେ ଭୋଜନ କରିବ।

Gade chapit la Kopi




ଲେବୀୟ ପୁସ୍ତକ 7:16
17 Referans Kwoze  

ପୁଣି ତୁମ୍ଭେମାନେ ସେହି ସ୍ଥାନକୁ ଆପଣା ଆପଣା ହୋମ-ନୈବେଦ୍ୟ, ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ଆପଣା ମାନତ ଦ୍ରବ୍ୟ, ଆପଣା ଆପଣା ସ୍ଵେଚ୍ଛାଦତ୍ତ ନୈବେଦ୍ୟ ଓ ଆପଣା ଆପଣା ଗୋମେଷଦି ପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ;


ଯେ ସୁସମାଚାର ଆଣେ ଓ ଶାନ୍ତି ପ୍ରଚାର କରେ, ପର୍ବତଗଣର ଉପରେ ତାହାର ଚରଣ ଦେଖ! ହେ ଯିହୁଦା, ତୁମ୍ଭେ ଆପଣା ଉତ୍ସବସକଳ ପାଳନ କର ଓ ଆପଣା ମାନତସବୁ ପୂର୍ଣ୍ଣ କର; କାରଣ ସେହି ଦୁଷ୍ଟ ତୁମ୍ଭ ମଧ୍ୟରେ ଆଉ ଗତାୟାତ କରିବେ ନାହିଁ; ଯେହେତୁ ସେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛନ୍ତି।


ପୁଣି, ଅଧିପତି ଯେତେବେଳେ ସ୍ଵେଚ୍ଛାଦତ୍ତ ଉପହାର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ୱାର ଫିଟାଯିବ, ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତହୁଁ ସେ ବାହାରି ଯିବେ ଓ ବାହାରିଗଲା ଉତ୍ତାରେ ଦ୍ୱାର ବନ୍ଦ କରାଯିବ।


ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,


ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି।


ମୁଁ ହୋମବଳି ନେଇ ତୁମ୍ଭ ଗୃହକୁ ଆସିବି, ମୁଁ ସଙ୍କଟରେ ଥିଲା ବେଳେ


ମାତ୍ର ତୁମ୍ଭେ ଆପଣା ପବିତ୍ର ବସ୍ତୁ ଓ ମାନତ ବସ୍ତୁ ଘେନି ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଯିବ।


ତୁମ୍ଭେ ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ, କି ଗୋମେଷାଦିର ପ୍ରଥମଜାତ, କିଅବା ତୁମ୍ଭ ମନାସିବାର ମାନତ ଦ୍ରବ୍ୟ କି ତୁମ୍ଭ ସ୍ଵେଚ୍ଛାଦତ୍ତ ନୈବେଦ୍ୟ କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ନଗର-ଦ୍ୱାର ମଧ୍ୟରେ ଭୋଜନ କରି ପାରିବ ନାହିଁ।


ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ତୁମ୍ଭେମାନେ ମୋହର ଆଜ୍ଞାନୁସାରେ ଆପଣା ଆପଣା ହୋମ-ନୈବେଦ୍ୟ ଓ ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିବାର ତୁମ୍ଭମାନଙ୍କ ସକଳ ମନୋନୀତ ମାନତ ଆଣିବ।


ପୁଣି, ତୁମ୍ଭମାନଙ୍କର ମାନତ ପୂର୍ଣ୍ଣ କରିବା ନିମନ୍ତେ, କିଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ, କିଅବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ବା ବଳି ଉତ୍ସର୍ଗ କରିବ;


ନିୟମିତ ଭାବରେ ସାପ୍ତାହିକ ବିଶ୍ରାମବାର ପାଳନ କରିବା ବ୍ୟତୀତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଉଥିବା ତୁମ୍ଭମାନଙ୍କର ସକଳ ଦାନ, ସକଳ ମାନତ ଓ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସକଳ ବ୍ୟତୀତ ନିରୂପିତ ପର୍ବମାନଙ୍କରେ ଉତ୍ସର୍ଗ କରିବ।


ତୁମ୍ଭେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କରିବ, ସେହି ସମୟରେ ତୁମ୍ଭେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ।


ତୁମ୍ଭେ ଅଧିକ ଅଙ୍ଗ କି ହୀନାଙ୍ଗ ଗୋରୁ କି ମେଷ ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିପାର; ମାତ୍ର ମାନତ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ।


ଇସ୍ରାଏଲ-ସନ୍ତାନଗଣ ସ୍ୱେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ।


“ମଙ୍ଗଳାର୍ଥକ ବଳି ମୋʼ ନିକଟରେ ଅଛି; ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି।


Swiv nou:

Piblisite


Piblisite