Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ଵାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,

Gade chapit la Kopi

ଓଡିଆ ବାଇବେଲ

4 ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,

Gade chapit la Kopi

ପବିତ୍ର ବାଇବଲ

4 ଏହି ଦୋଷଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ କରେ ସେ ପାପୀ ବୋଲି ବିବେଚିତ ହୁଏ। ସେ ନିଶ୍ଚୟ ଫେରାଇଦେବ, ଯାହାକିଛି ସେ ଗ୍ଭେରି କରିଛି କିମ୍ବା ଅନ୍ୟାୟ ଭାବରେ ହରଣ କରିଛି କିମ୍ବା ତାକୁ କିଛି ବିଶ୍ୱାସରେ ଦିଆଯାଇଛି କିମ୍ବା କିଛି ଗୋଟେ ଅଧିକାର କରିଥିବା ଦ୍ରବ୍ୟ ଯାହାକି ହଜି ଯାଇଛି।

Gade chapit la Kopi




ଲେବୀୟ ପୁସ୍ତକ 6:4
20 Referans Kwoze  

ଆଉ, ଯେଉଁମାନେ ଚୌକାଠ ଡେଇଁ କରି ଯାʼନ୍ତି, ଯେଉଁମାନେ ଆପଣାମାନଙ୍କ କର୍ତ୍ତାର ଗୃହ ଦୌରାତ୍ମ୍ୟରେ ଓ ପ୍ରବଞ୍ଚନାରେ ପରିପୂର୍ଣ୍ଣ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ସେହି ଦିନ ଦଣ୍ଡ ଦେବା।”


ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି ଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି; ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି, ଏବଂ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି।


କାରଣ ସଦାପ୍ରଭୁ କହନ୍ତି, “ଯେଉଁମାନେ ଆପଣା ଆପଣା ଅଟ୍ଟାଳିକାରେ ଦୌରାତ୍ମ୍ୟ ଓ ଲୁଟିତ ଦ୍ରବ୍ୟ ସଞ୍ଚୟ କରନ୍ତି, ସେମାନେ ନ୍ୟାୟ କରିବାକୁ ଜାଣନ୍ତି ନାହିଁ।”


ମାତ୍ର ତାହାର ପିତା ନିର୍ଦ୍ଦୟ ଭାବରେ ଉପଦ୍ରବ କଲା, ଦୌରାତ୍ମ୍ୟ ଦ୍ୱାରା ଆପଣା ଭ୍ରାତାର ଦ୍ରବ୍ୟ ଅପହରଣ କଲା ଓ ଆପଣା ଲୋକମାନଙ୍କ ମଧ୍ୟରେ ଅନୁଚିତ କାର୍ଯ୍ୟ କଲା, ଏଥିପାଇଁ ଦେଖ, ସେ ଆପଣା ଅଧର୍ମରେ ମରିବ।


ଦରିଦ୍ର ଦୀନହୀନର ପ୍ରତି ଅନ୍ୟାୟ କରିଅଛି, ଦୌରାତ୍ମ୍ୟ ଦ୍ୱାରା ଅପହରଣ କରିଅଛି, ବନ୍ଧକି ଦ୍ରବ୍ୟ ଫେରାଇ ଦେଇ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରିଅଛି,


ପୁଣି, ଯେ କାହାରି ପ୍ରତି ଅନ୍ୟାୟ କରି ନାହିଁ, ମାତ୍ର ଋଣୀକୁ ତାହାର ବନ୍ଧକି ଦ୍ରବ୍ୟ ଫେରାଇ ଦେଇଅଛି, ଉପଦ୍ରବ କରି କାହାରି କିଛି ଅପହରଣ କରି ନାହିଁ, ଆପଣାର ଭକ୍ଷ୍ୟ କ୍ଷୁଧିତକୁ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି;


ସେମାନଙ୍କର ଜାଲ ବସ୍ତ୍ର ହେବ ନାହିଁ, କିଅବା ସେମାନେ ଆପଣା କର୍ମରେ ଆପଣାମାନଙ୍କୁ ଆଚ୍ଛାଦନ କରିବେ ନାହିଁ; ସେମାନଙ୍କର କର୍ମସବୁ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ଦୌରାତ୍ମ୍ୟର କାର୍ଯ୍ୟ ଥାଏ।


କେହି କେହି ଭୂମିର ସୀମାଚିହ୍ନ ଘୁଞ୍ଚାନ୍ତି, ସେମାନେ ବଳରେ ମେଷପଲ ହରଣ କରି ଚରାନ୍ତି।


କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି; ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ।


ଆଉ ଅବିମେଲକଙ୍କ ଦାସଗଣ ଅବ୍ରହାମଙ୍କର ଏକ ସଜଳ କୂପ ବଳରେ ଅଧିକାର କରିଥିଲେ, ତେଣୁକରି ଅବ୍ରହାମ ଅବିମେଲକଙ୍କୁ ଅନୁଯୋଗ କଲେ।


ପୁଣି, ଯେକେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ, ସେ ତହିଁର ପରିଶୋଧ ଦେବ; ପ୍ରାଣ ପରିଶୋଧରେ ପ୍ରାଣ।


ଯେଉଁ ଜନ ପଶୁ ବଧ କରେ, ସେ ତହିଁର ପରିଶୋଧ ଦେବ; ପୁଣି ଯେଉଁ ଜନ ନରହତ୍ୟା କରେ, ସେ ହତ ହେବ।


ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ସକାଶୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି, ତାହାକୁ ଦେବ।


ସେହି ଦୁଷ୍ଟ ଲୋକ ଯଦି ବନ୍ଧକି ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ତାହା ପରିଶୋଧ କରେ, କୌଣସି ଅଧର୍ମ ନ କରି ଜୀବନଦାୟକ ବିଧିରୂପ ପଥରେ ଚାଲେ; ତେବେ ସେ ଅବଶ୍ୟ ବଞ୍ଚିବ, ସେ ମରିବ ନାହିଁ।


ଆହୁରି, ତୁମ୍ଭେମାନେ କହୁଅଛ, ‘ଦେଖ, ଏହା କିପରି କ୍ଳାନ୍ତିଜନକ’ ଓ ତୁମ୍ଭେମାନେ ତାହା ତୁଚ୍ଛଜ୍ଞାନ କରିଅଛ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଆଉ, ତୁମ୍ଭେମାନେ ବଳାତ୍କାରରେ ଧୃତ ଓ ଲେଙ୍ଗଡ଼ା ଓ ରୋଗୀ ପଶୁ ଆଣିଅଛ; ଏହିରୂପେ ତୁମ୍ଭେମାନେ ନୈବେଦ୍ୟ ଆଣୁଅଛ; ଏହା କି ଆମ୍ଭେ ତୁମ୍ଭମାନଙ୍କ ହସ୍ତରୁ ଗ୍ରହଣ କରିବା? ଏହା ସଦାପ୍ରଭୁ କହନ୍ତି।


ସର୍ବସମେତ ଗୋବତ୍ସକୁ ନେଇ ଛାଉଣି ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍‍, ଭସ୍ମ ନିକ୍ଷେପ ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ; ଭସ୍ମ ନିକ୍ଷେପ ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ।


ତୁମ୍ଭେମାନେ ସେମାନଙ୍କର ଶସ୍ୟକ୍ଷେତ୍ର, ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର, ସେମାନଙ୍କର ଜୀତକ୍ଷେତ୍ର ଓ ସେମାନଙ୍କର ଗୃହ, ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଶତକଡ଼ା ଯେଉଁ ସୁଧ ତୁମ୍ଭେମାନେ ନେଇଅଛ, ତାହା ଆଜି ସେମାନଙ୍କୁ ଫେରାଇ ଦିଅ।”


ପୁଣି, ଯେତେବେଳେ ସେମାନେ ବାହାର ପ୍ରାଙ୍ଗଣକୁ, ଅର୍ଥାତ୍‍, ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବେ, ସେତେବେଳେ ସେମାନେ ଆପଣାମାନଙ୍କ ପରିଚର୍ଯ୍ୟାର୍ଥକ ବସ୍ତ୍ର କାଢ଼ି ପବିତ୍ର କୋଠରିରେ ରଖିବେ ଓ ଆପଣାମାନଙ୍କ ସେହି ବସ୍ତ୍ର ଦ୍ୱାରା ଯେପରି ଲୋକମାନଙ୍କୁ ପବିତ୍ର ନ କରନ୍ତି, ଏଥିପାଇଁ ଅନ୍ୟ ବସ୍ତ୍ର ପରିଧାନ କରିବେ।


Swiv nou:

Piblisite


Piblisite