Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ତାଡ଼ି ସହିତ ତାହା ରନ୍ଧନ ହେବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ତାଡ଼ି ସହିତ ତାହା ପାକ କରାଯିବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।

Gade chapit la Kopi

ଓଡିଆ ବାଇବେଲ

17 ତାଡ଼ି ସହିତ ତାହା ରନ୍ଧନ ହେବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।

Gade chapit la Kopi

ପବିତ୍ର ବାଇବଲ

17 ଶସ୍ୟ ନୈବେଦ୍ୟ ବିନା ତାଡ଼ିରେ ପାକ କରାଯିବ। ମୋତେ ଦିଆଯାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦେଇଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ମହାପବିତ୍ର ରୂପେ ବ୍ୟବହାର କରାଯିବା ଉଚିତ୍।

Gade chapit la Kopi




ଲେବୀୟ ପୁସ୍ତକ 6:17
14 Referans Kwoze  

“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି; ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ; ତାହା ମହାପବିତ୍ର।


ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ, ତାହା ତାଡ଼ିଯୁକ୍ତ ହେବ ନାହିଁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ତାଡ଼ି କି ମଧୁ ଦଗ୍ଧ କରିବ ନାହିଁ।


ଏହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର।


“ଆଉ, ଦୋଷାର୍ଥକ ବଳିର ବ୍ୟବସ୍ଥା ଏହି; ତାହା ମହାପବିତ୍ର।


ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।


“ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା।”


ଯାଜକଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ; ତାହା ମହାପବିତ୍ର।


ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ।


ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି, ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ।


ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।


ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି; ଯେଉଁ ଯାଜକ ତଦ୍ଦ୍ୱାରା ପ୍ରାୟଶ୍ଚିତ୍ତ କରେ, ତାହା ତାହାରି ହେବ; ଦୁଇଟିର ବ୍ୟବସ୍ଥା ଏକ।


ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ,


Swiv nou:

Piblisite


Piblisite