Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 5:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତହିଁ ଉତ୍ତାରେ ସେ ବିଧି ଅନୁସାରେ ଅନ୍ୟଟିକୁ ହୋମାର୍ଥକ ବଳି ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତହିଁ ଉତ୍ତାରୁ ସେ ବିଧିମତେ ଅନ୍ୟଟିକି ହୋମାର୍ଥେ ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।

Gade chapit la Kopi

ଓଡିଆ ବାଇବେଲ

10 ତହିଁ ଉତ୍ତାରୁ ସେ ବିଧି ଅନୁସାରେ ଅନ୍ୟଟିକୁ ହୋମାର୍ଥକ ବଳି ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।

Gade chapit la Kopi

ପବିତ୍ର ବାଇବଲ

10 ତା'ପରେ ଯାଜକ ବିଧି ଅନୁସାରେ ଦ୍ୱିତୀୟ ପକ୍ଷୀକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା'ର କୃତ ପାପ ନିମନ୍ତେ ଯାଜକ ଦ୍ୱାରା ପ୍ରାୟଶ୍ଚିତ ପ୍ରାପ୍ତ ହେବ ଏବଂ ପରମେଶ୍ୱର ତାକୁ କ୍ଷମା କରିବେ।

Gade chapit la Kopi




ଲେବୀୟ ପୁସ୍ତକ 5:10
12 Referans Kwoze  

ପୁଣି ମଙ୍ଗଳାର୍ଥକ ବଳିଦାନର ମେଦ ତୁଲ୍ୟ ତାହାର ସକଳ ମେଦ ନେଇ ବେଦି ଉପରେ ଦଗ୍ଧ କରିବ; ଏହିରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ସେରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ।


ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି।


ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ।


ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।


ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।


ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ତ୍ରୁଟି କରିଅଛି, ତହିଁର ପରିଶୋଧ କରିବ, ତାହା ବ୍ୟତୀତ ପଞ୍ଚମାଂଶର ଏକାଂଶ ମଧ୍ୟ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ମେଷବଳି ଦ୍ୱାରା ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ଏହିରୂପେ ଉକ୍ତ କୌଣସି ବିଷୟରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶୁ ତାହା ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ; ଆଉ, ଅବଶିଷ୍ଟ ଦ୍ରବ୍ୟ ଭକ୍ଷ୍ୟ ନୈବେଦ୍ୟ ତୁଲ୍ୟ ଯାଜକର ହେବ।”


ଆଉ, ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନିଆଯାଇଥିବା ମେଦ ତୁଲ୍ୟ ଏହାର ସକଳ ମେଦ ନେବ, ପୁଣି ଯାଜକ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ପୁଣି, ମଙ୍ଗଳାର୍ଥକ ବଳିରୁ ନିଆଯାଇଥିବା ମେଦ ତୁଲ୍ୟ ଏହାର ସକଳ ମେଦ ନେବ; ତହୁଁ ଯାଜକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦି ଉପରେ ତାହା ଦଗ୍ଧ କରିବ; ଏହିରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ତହୁଁ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ପାପାର୍ଥକ ବଳିଦାନ ରୂପେ ପଲରୁ ମେଷବତ୍ସା କି ଛାଗବତ୍ସା ନେଇ ସଦାପ୍ରଭୁଙ୍କ ସମ୍ମୁଖକୁ ଦୋଷାର୍ଥକ ବଳି ଆଣିବ; ପୁଣି ଯାଜକ ତାହାର ପାପ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।


Swiv nou:

Piblisite


Piblisite