Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 25:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମାତ୍ର ସପ୍ତମ ବର୍ଷରେ ଭୂମିର ମହା ବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମାତ୍ର ସପ୍ତମ ବର୍ଷରେ ଭୂମିର ମହାବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ମାତ୍ର ସପ୍ତମ ବର୍ଷରେ ଭୂମିର ମହାବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ

4 ମାତ୍ର ସପ୍ତମ ବର୍ଷରେ ଭୁମିକୁ ତୁମ୍ଭେମାନେ ବିଶ୍ରାମ ଦେବ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ମହାବିଶ୍ରାମ ହେବ। ତୁମ୍ଭେମାନେ ନିଜ କ୍ଷେତ୍ରରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡ଼ିବ ନାହିଁ।

Gade chapit la Kopi




ଲେବୀୟ ପୁସ୍ତକ 25:4
6 Referans Kwoze  

ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।


ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅନୁପସ୍ଥିତିରେ ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ; ପୁଣି ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ଆଜ୍ଞା ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବିଧି ଘୃଣା କଲା।


ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ବଢ଼େ, ତାହା ତୁମ୍ଭେ କାଟିବ ନାହିଁ ଓ ତୁମ୍ଭେ ଆପଣା ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ; ତାହା ଭୂମିର ମହା ବିଶ୍ରାମ ବର୍ଷ ହେବ।


Swiv nou:

Piblisite


Piblisite