Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 20:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି, କୌଣସି ସ୍ତ୍ରୀ ଯଦି କୌଣସି ପଶୁ ସହିତ ସହବାସ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକୁ ଓ ପଶୁକୁ ବଧ କରିବ; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି, କୌଣସି ସ୍ତ୍ରୀ ଯେବେ କୌଣସି ପଶୁ ସହିତ ସଙ୍ଗମ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକି ଓ ପଶୁକୁ ବଧ କରିବ; ସେମାନେ ନିତା; ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।

Gade chapit la Kopi

ଓଡିଆ ବାଇବେଲ

16 ପୁଣି, କୌଣସି ସ୍ତ୍ରୀ ଯଦି କୌଣସି ପଶୁ ସହିତ ସହବାସ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକୁ ଓ ପଶୁକୁ ବଧ କରିବ; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।

Gade chapit la Kopi

ପବିତ୍ର ବାଇବଲ

16 ଯେବେ କୌଣସି ସ୍ତ୍ରୀ କୌଣସି ପଶୁ ସହିତ ସଙ୍ଗମ କରେ, ତେବେ ସେହି ସ୍ତ୍ରୀ ଓ ସେହି ପଶୁ ଉଭୟଙ୍କୁ ବଧ କରାଯିବ। ସେମାନେ ନିଶ୍ଚିତ ହତ ହେବେ। ସେମାନଙ୍କର ମୃତ୍ୟୁଜନିତ ଅପରାଧ ପାଇଁ ସେମାନେ ଦାୟୀ ହେବେ।

Gade chapit la Kopi




ଲେବୀୟ ପୁସ୍ତକ 20:16
8 Referans Kwoze  

“ଯେଣୁ କୌଣସି ପଶୁ ସୁଦ୍ଧା ଯଦି ସେହି ପର୍ବତ ସ୍ପର୍ଶ କରେ, ତେବେ ସେ ପ୍ରସ୍ତରାଘାତରେ ହତ ହେବ”, ଏହି ଯେଉଁ ଆଜ୍ଞା ଦିଆଯାଇଥିଲା, ତାହା ସେମାନେ ସହ୍ୟ କରିପାରିଲେ ନାହିଁ;


କାହାର ଗୋରୁ ଯଦି କାହାର ଦାସ କିମ୍ବା ଦାସୀକୁ ବିନ୍ଧେ, ତେବେ ସେ ତାହାର ପ୍ରଭୁଙ୍କୁ ତିରିଶ ଶେକଲ ରୂପା ଦେବ; ଆଉ ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ।


କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ବା ବାଣ ଦ୍ୱାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ୱନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ।”


ଆଉ, ଗୋରୁ କୌଣସି ପୁରୁଷ କିମ୍ବା ସ୍ତ୍ରୀକୁ ବିନ୍ଧିଲେ ଯଦି ସେ ମରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ, ପୁଣି, ତାହାର ମାଂସ ଅଖାଦ୍ୟ ହେବ; ମାତ୍ର ଗୋରୁର ସ୍ୱାମୀ ଦଣ୍ଡଯୋଗ୍ୟ ହେବ ନାହିଁ।


ଯେକେହି ପଶୁ ସହିତ ଯୌନ ସମ୍ପର୍କ ରଖେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।


ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ କୌଣସି ପଶୁଠାରେ ଗମନ କରିବ ନାହିଁ; କିଅବା କୌଣସି ସ୍ତ୍ରୀ ଆପଣା ସହିତ ସଂସର୍ଗ କରାଇବାକୁ କୌଣସି ପଶୁର ସମ୍ମୁଖରେ ଠିଆ ହେବ ନାହିଁ; ଏହା ତ ପାଷାଣ୍ଡତା।


ପୁଣି, ଯଦି କେହି ପଶୁ ସହିତ ସହବାସ କରେ, ତେବେ ସେ ନିତାନ୍ତ ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ।


ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍‍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ।


Swiv nou:

Piblisite


Piblisite