Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 18:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ତେଣୁ ଯେଉଁମାନେ ଏହିସବୁ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ସେହି କର୍ମକାରୀ ପ୍ରାଣୀମାନେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ତେଣୁ ଯେଉଁମାନେ ଏହିସବୁ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ସେହି କର୍ମକାରୀ ପ୍ରାଣୀ-ମାନେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ।

Gade chapit la Kopi

ଓଡିଆ ବାଇବେଲ

29 ତେଣୁ ଯେଉଁମାନେ ଏହିସବୁ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ସେହି କର୍ମକାରୀ ପ୍ରାଣୀମାନେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ।

Gade chapit la Kopi

ପବିତ୍ର ବାଇବଲ

29 ତେଣୁ ଯେଉଁମାନେ ଏହି ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ତେବେ ସେହି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ।

Gade chapit la Kopi




ଲେବୀୟ ପୁସ୍ତକ 18:29
9 Referans Kwoze  

ଆଉ, ଯେଉଁ ପ୍ରାଣୀ ବ୍ୟଭିଚାର କରିବାକୁ ଭୂତୁଡ଼ିଆ ଓ ଗୁଣିଆ ଲୋକର ପଶ୍ଚାଦ୍‍ଗାମୀ ହୁଏ, ଆମ୍ଭେ ସେହି ପ୍ରାଣୀ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା।


ଆଉ, ଇସ୍ରାଏଲ ବଂଶଜାତ କୌଣସି ଲୋକ, ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜନକାରୀ ବ୍ୟକ୍ତି ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା;


ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।


ତୁମ୍ଭେମାନେ ତାହା ଅଶୁଚି କଲେ, ସେହି ଦେଶ ଯେପରି ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ନିବାସୀ ଲୋକମାନଙ୍କୁ ଉଦ୍ଗାର କଲା, ସେହିପରି ତୁମ୍ଭମାନଙ୍କୁ ମଧ୍ୟ ଉଦ୍ଗାର କରିବ।


ଏଣୁକରି ତୁମ୍ଭମାନଙ୍କ ପୂର୍ବରେ ଯେଉଁସବୁ ଘୃଣାଯୋଗ୍ୟ କର୍ମ କରାଯାଇଅଛି, ସେହି ସବୁ ମଧ୍ୟରୁ କୌଣସି କର୍ମ କରି ତଦ୍ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ ଓ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”


ଯେକେହି ତହିଁ ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅପରିଚିତ ଲୋକର ଶରୀରରେ ତହିଁରୁ କିଛି ଲଗାଇବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।’”


ମାତ୍ର ଯେଉଁ ପ୍ରାଣୀ ଆପଣା ଶରୀରରେ ଅଶୁଚିତା ଥାଉ ଥାଉ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।


ଯେବେ କେହି କୌଣସି ବସ୍ତୁ, ଅର୍ଥାତ୍‍, ମନୁଷ୍ୟର ଅଶୁଚିତା, କି ଅଶୁଚି ପଶୁ, କିଅବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରି ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ତେବେ ସେହି ଭୋଜନକାରୀ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”


ଯେଉଁ ଜନ ଏହି କର୍ମ କରେ, ସଦାପ୍ରଭୁ ଯାକୁବର ତମ୍ବୁସକଳରୁ ତାହାର ସମ୍ପର୍କୀୟ, ଯେକେହି ହୁଅନ୍ତୁ ଓ ଏପରିକି ଯେକେହି ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ନୈବେଦ୍ୟ ଉତ୍ସର୍ଗ କରୁ, ତାହାକୁ ମଧ୍ୟ ଉଚ୍ଛିନ୍ନ କରିବେ।


Swiv nou:

Piblisite


Piblisite